fbpx

ରାଜ୍ୟରେ ବଢିଲା ପ୍ଲାଟଫର୍ମ ଟିକେଟ୍ ଦର

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): କରୋନା ପ୍ରଭାବରେ ବଢିଲା ଷ୍ଟେସନ ପ୍ଲାଟଫର୍ମ ଟିକେଟ୍ ଦର । ପୂର୍ବତଟ ରେଳବାଇର ୧୦ଟି ଷ୍ଟେସନରେ ବଢିଛି ଟିକେଟର ଦର । ୧୦ ଟଙ୍କା ବଦଳରେ ଏବେ ଷ୍ଟେସନରେ ପ୍ରବେଶ ପାଇଁ ଦେବାକୁ ପଡିବ ୫୦ ଟଙ୍କା । ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇବାକୁ ଦୃଷ୍ଟିରେ ରଖିବା ସହ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ୧୦ଟି ଷ୍ଟେସନ ହେଉଛି- ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ରାୟଗଡା, ବ୍ରହ୍ମପୁର, ବିଶାଖାପାଟଣା, ଶ୍ରୀକାକୁଲମ, ବିଜୟନଗରମ, ସମ୍ବଲପୁର ।

Get real time updates directly on you device, subscribe now.