fbpx

ଏପ୍ରିଲ ୩୦ରେ ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ, ୧୬ଘଣ୍ଟାରୁ ଅଧିକ ସମୟ ଧରି ଚାଲିବ: ଏହି ସବୁ ରାଶିରେ ନକରାତ୍ମକ ପ୍ରଭାବ ପକାଇବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଚଳିତ ବର୍ଷ ଦୁଇ ଦୁଇଟି ସୂର୍ଯ୍ୟପରାଗ ହେବ । ପ୍ରଥମ ସୂର୍ଯ୍ୟପରାଗ ଆସନ୍ତା ଏପ୍ରିଲ ୩୦ରେ ହେବାକୁ ଥିବା ବେଳେ ଏହା ଆଂଶିକ ଦୃଶ୍ୟମାନ ହେବ । ସେପହିରି ଅକ୍ଟୋବର ୨୫ରେ ମଧ୍ୟ ଆଂଶିକ ସୂର୍ଯ୍ୟପରାଗ ଘଟିବ । ତେବେ ଏପ୍ରିଲ ୩୦ରେ ହେବାକୁ ଥିବା ସୂର୍ଯ୍ୟପରାଗ ମଧ୍ୟରାତ୍ରୀ ୧୨.୧୫ରୁ ଆରମ୍ଭ ହୋଇ ମେ’ ୧ତାରିଖ ସକାଳ ୪.୭ମି. ପର୍ଯ୍ୟନ୍ତ ଚାଲିବ ।

ଜ୍ୟୋତିଷଶାସ୍ତ୍ରରେ ସୂର୍ଯ୍ୟପରାଗର ଅନେକ ମହତ୍ତ୍ୱ ରହିଛି । ଗ୍ରହ ଆମ ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ସୂର୍ଯ୍ୟ ହେଉଛନ୍ତି ସମସ୍ତ ଗ୍ରହଙ୍କ ରାଜା ଓ ଆତ୍ମାର କାରକ । ବିଶ୍ୱାସ କରାଯାଏ, ଯେତେବେଳେ ସୂର୍ଯ୍ୟପରାଗ ହୁଏ, ସେତେବେଳେ ସୂର୍ଯ୍ୟଙ୍କର ଶୁଭଫଳ କମିଯାଏ । ବିଭିନ୍ନ ରାଶି ଉପରେ ଏହାର ନକରାତ୍ମକ ପ୍ରଭା ପଡିଥାଏ । ତେବେ କିଛି ରାଶି ଉପରେ ଏହାର ଭଲ ପ୍ରଭାବ ମଧ୍ୟ ରହିଥାଏ । ଏପ୍ରିଲ ୩୦ରେ ହେବାକୁ ଥିବା ସୂର୍ଯ୍ୟପରାଗ ୪ଟି ରାଶି ଉପରେ ବେଶ ଭଲ ପ୍ରଭାବ ପକାଇବ ବୋଲି ଜ୍ୟୋତିର୍ବିତ୍‌ କହିଛନ୍ତି । ବୃଷ, କର୍କଟ, ତୁଳା ଓ ଧନୁ ରାଶି ପାଇଁ ଏହା ଭଲ ଫଳ ଆଣିବା ସହ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଶୁଭଫଳ ପ୍ରଦାନ କରିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବା ସହ ସରକାରୀ ଚାକିରିରେ ଥିବା ବ୍ୟକ୍ତିଙ୍କ ପାଇଁ ଭଲ ଫଳ ଦେବ ଏଥିରେ କୁହାଯାଇଛି ।

Get real time updates directly on you device, subscribe now.