fbpx

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ୪୦ପ୍ରତିଶତ ଶସ୍ତା ହେବ ବିମାନ ଟିକଟ୍‌

ନୂଆଦିଲ୍ଲୀ: ଚଳିତ ମାସ ୨୭ରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ସ୍ୱାଭାବିକ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି । ଦୀର୍ଘଦିନ ଧରି ବନ୍ଦ ଥିବା ଅନ୍ତର୍ଜାତିୟ ବିମାନ ଚଳା ପୁଣି ପୂର୍ବରି ସ୍ୱାଭାବିକ ହେବାକୁ ଯାଉଛି । ଏଣିକି ଆକାଶରେ ଅଧିକ ବିମାନ ଉଡ଼ାଣ କରିବ । ଏହାର ପ୍ରଭାବରେ ଟିକଟ ୪୦% ପର୍ଯ୍ୟନ୍ତ ଶସ୍ତା ହେବ ବୋଲି ଆକଳନ କରାଯାଇଛି ।

୨୦୨୦ରେ କୋଭିଡ୍‌ ମହାମାରୀ ବ୍ୟାପିବା ପରଠାରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ବନ୍ଦ ରହିଛି । ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଥରେ ବିଦେଶକୁ ବିମାନ ଉଡ଼ାଣ ସ୍ୱାଭାବିକ ହେବାକୁ ଯାଉଛି । ଲୁଫଥାନ୍‌ସା, ଇଣ୍ଡିଗୋ, ସ୍ୱିସ୍‌ ଓ ସିଙ୍ଗାପୁର ଏୟାରଲାଇନ୍ସ ଭଳି ସଂସ୍ଥା ବିମାନ ଉଡ଼ାଣ ସଂଖ୍ୟା ବଢ଼ାଇବାକୁ ଯୋଜନା ରଖିଛନ୍ତି ।

Get real time updates directly on you device, subscribe now.