fbpx

ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌: ଜର୍ମାନୀ ବିରୋଧରେ ଲଢ଼ିବ ଭାରତ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ମହିଳା ଦଳ ଚଳିତ ମାସ ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ଜର୍ମାନୀ ବିରୋଧରେ ଏଫଆଇଏଚ୍‌ ପ୍ରୋ ଲିଗ୍‌ ହକି ମ୍ୟାଚ୍‌ ଖେଳିବ । ଭାରତୀୟ ପୁରୁଷ ଦଳ ମଧ୍ୟ ଜର୍ମାନୀ ପୁରୁଷ ଦଳ ବିପକ୍ଷରେ ଦୁଇ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ଥିଲା । ମାତ୍ର ଜର୍ମାନୀ ଦଳର କେତେକ ଖେଳାଳି କରୋନାରେ ଆକ୍ରାନ୍ତ ହେବାରୁ ଏହି ମ୍ୟାଚ ସ୍ଥଗିତ ରଖା ଯାଇଛି । ପରବର୍ତ୍ତୀ ସମୟରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଭାରତୀୟ ପୁରୁଷ ଓ ମହିଳା ଦଳ ସ୍ପେନ ବିପକ୍ଷରେ ଖେଳିଥିଲେ । ତେବେ ଉଭୟ ଭାରତୀୟ ଦଳ ପ୍ରଥମ ମ୍ୟାଚରେ ବିଜୟୀ ହୋଇ ଥିବା ବେଳେ ଦ୍ୱିତୀୟ ମୁକାବିଲାରେ ପରାଜୟ ସ୍ବକାର ର କରିଥିଲେ । ତେଣୁ ଜର୍ମାନୀ ବିପକ୍ଷ ମ୍ୟାଚ ଉପରେ ଭାରତୀୟ ମହିଳା ଦଳ ବିଶେଷ ନଜର ରଖିଛନ୍ତି ।

ଅନ୍ୟ ପକ୍ଷରେ ଜର୍ମାନୀ ମହିଳା ଦଳ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଲାଗି ଖେଳିବା ସୁଯୋଗ ପାଇଥିବା ଦୃଷ୍ଟିରୁ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ।ଜର୍ମାନୀ ବିପକ୍ଷ ମ୍ୟାଚ ପାଇଁ ୨୨ ଜଣିଆ ଭାରତୀୟ ମହିଳା ଦଳ ଗତକାଲି ଘୋଷିତ ହୋଇଥିଲା । ଓଡ଼ିଆ ତାରକା ଦୀପଗ୍ରେସ୍‌ ଏକ୍କା ଉପଅଧିନାୟିକା ଏବଂ ଗୋଲ୍‌ରକ୍ଷକ ସବିତା ଅଧିନାୟିକା ପଦ ବଜାୟ ଟପ୍ପୋ ଷ୍ଟାଣ୍ଡବାଏ ରହିଛନ୍ତି । ହକି ମହାରାଷ୍ଟ୍ରର ପ୍ରତିଭାବାନ ରକ୍ଷଣଭାଗ ଖେଳାଳି ଅକ୍ଷତା ଆବାସୋ ଧେକାଲେ ଏବଂ ହକି ହରିୟାଣାର ଅଗ୍ରଭାଗ ଖେଳାଳି ଦୀପିକା (ଜୁନିଅର) ନୂଆ ମୁହଁ ଭାବେ ଭାରତୀୟ ଦଳକୁ ଡାକରା ପାଇଛନ୍ତି । ନିୟମିତ ଅଧିନାୟିକା ରାଣୀ ରାମପାଲ ଫିଟ୍‌ ନଥିବାରୁ ଦଳକୁ ଫେରି ପାରିନାହାନ୍ତି । ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ବେଶ୍‌ ସନ୍ତୁଳିତ ହୋଇଥିବାରୁ ବିଶ୍ୱ ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଜର୍ମାନୀକୁ ଆମେ କଡ଼ା ଟକ୍କର ଦେବୁ ବୋଲି ପ୍ରଶିକ୍ଷକ ଜାନେକ ସ୍କପମ୍ୟାନ୍‌ ଦୃଢ଼ ଆଶା ପୋଷଣ କରିଛନ୍ତି ।ସୂଚନାଯୋଗ୍ୟ ଯେ ଜର୍ମାନୀ ମହିଳା ଦଳ ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିବ ।

ଭାରତୀୟ ଦଳ: ସିବିତା (ଅଧିନାୟିକା), ବିଚୁ ଦେବୀ ଖରିବାମ, ଦୀପ ଗ୍ରେସ୍‌ ଏକ୍କା (ଉପଅଧିନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା, ଅକ୍ଷତା ଆବାସୋ ଧକାଲେ, ନିଶା, ସଲିମା ଟେଟେ, ସୁଶୀଳା ଚାନୁ ପୋଖରାମବାମ, ଜ୍ୟୋତି, ମୋନିକା, ନେହା, ନଭଜ୍ୟୋତ କୌର, ସୋନିକା, ରାଜବିନ୍ଦର କୌର, ଶର୍ମିଳା ଦେବୀ, ନଭନୀତ କୌର, ଲାଲରେମସିଆମି, ସଙ୍ଗୀତା କୁମାରୀ, ମାରିଆନା କୁଜୁର, ଦୀପିକା । ଷ୍ଟାଣ୍ଡବାଏ: ରଜନୀ ଇତିପାରପୁ, ଈଶିକା ଚୌଧୁରୀ, ନମିତା ଟପ୍ପୋ ।

Get real time updates directly on you device, subscribe now.