fbpx

ସ୍ୱାଭାବିକ ହେଲା ୟେସ୍ ବ୍ୟାଙ୍କ

ନୂଆଦିଲ୍ଲୀ,୧୮ ।୩: ସ୍ୱାଭାବିକ ହେଲା ୟେସ୍ ବ୍ୟାଙ୍କର ବ୍ୟାଙ୍କିଂ ସେବା । ମାର୍ଚ୍ଚ ୫ରୁ ୟେସ୍ ବ୍ୟାଙ୍କ ଉପରେ ଲାଗିଥିଲା କଟକଣା । ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବାରୁ ୟେସ୍ ବ୍ୟାଙ୍କ ଉପରେ କଟକଣା ଲଗାଇଥିଲା ଆରବିଆଇ ।

ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୧୩ରେ କେନ୍ଦ୍ର କ୍ୟାବିନେଟ ୟେସ ବ୍ୟାଙ୍କ ପୁନର୍ଗଠନ ଯୋଜନାକୁ ମଂଜୁରୀ ଦେଇଥିଲା । ଭାରତୀୟ ଷ୍ଟେଟ ବ୍ୟାଙ୍କର ୟେସ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ ଅଧିକାର କରିବ । ସେହିପରି ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ଅଂଶଧନ ଖରିଦ ପାଇଁ ପ୍ରସ୍ତାବ ଦେଇଥିଲେ।

Get real time updates directly on you device, subscribe now.