fbpx

ବ୍ୟାଙ୍କ ଅଫ ବରୋଦାରେ ବିଜ୍ଞପ୍ତି: ୧୦୦ରୁ ଅଧିକ ପଦରେ ହେବ ପ୍ରାର୍ଥୀ ଚୟନ

ବ୍ୟାଙ୍କରେ ନିଯୁକ୍ତି ପାଇବା ପାଇଁ ଆଶା ରଖିତିବା ଯୁବବର୍ଗ ପାଇଁ ଆସିଛି ଏକ ବଡ ନିଯୁକ୍ତିର ସୁଯୋଗ । ଫ୍ରଡ ରିସ୍କ ମ୍ୟାନେଜମେଣ୍ଟ, MSME ଏବଂ କର୍ପୋରେଟ କ୍ରେଡିଟ ବିଭାଗରେ ସ୍ପେଶାଲିଷ୍ଟ ଅଫିସର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ବ୍ୟାଙ୍କ ଅଫ ବରୋଦାର ଅଫିସିଆଲ ୱେବସାଇଟ bankofbaroda.in  ମାଧ୍ୟମରେ ଆବେଦନ କରି ପାରିବେ । ଏହି ଆବେଦନର ଶେଷ ତାରିଖ ଆସନ୍ତା ମାର୍ଚ୍ଚ ୨୪ ତାରିଖକୁ ଧାର୍ଯ୍ୟ କରାଯାଇଛି । ଏହାବ୍ୟତୀତ ପ୍ରାର୍ଥୀମାନେ ସିଧା ଏହାର ଲିଙ୍କ https://www.bankofbaroda.in/career/current-opportunities/recruitment-of-specialist-officers-in-bank-of-baroda ଜରିଆରେ ଅଫିସିଆଲ ନୋଟିଫିକେସନ ପାଇ ପାରିବେ । ତେବେ ଏହି ବିଜ୍ଞପ୍ତି ଦ୍ୱାରା ମୋଟ ୧୦୫ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

୪ ମାର୍ଚ୍ଚରୁ ପଶ୍ନ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତି ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରହିବ । ଏହାରି ମଧ୍ୟରେ ମୋଟ ୧୦୫ ଜଣଙ୍କୁ ଚୟନ କରିବ ବ୍ୟାଙ୍କ ଅଫ ବରୋଦା । ବିଭିନ୍ନ ପଦରେ ଏହି ପ୍ରାର୍ଥୀମାନଙ୍କୁ ସେମାନଙ୍କ ଦକ୍ଷତା ଅନୁସାରେ ଚୟନ କରାଯିବ । ତେବେ ଅନଲାଇନ ପରୀକ୍ଷା. ଜିଡି, ବ୍ୟକ୍ତିଗତ ସାକ୍ଷାତକାର, ସାଇକୋମେଟ୍ରିକ ଟେଷ୍ଟ କିମ୍ବା ଅନ୍ୟ କୌଣସି ପରୀକ୍ଷା ସହ ମୂଲ୍ୟାଙ୍କନ ଅନୁସାରେ ପ୍ରାର୍ଥୀମାନଙ୍କ ଚୟନ କରାଯିବ ।

Get real time updates directly on you device, subscribe now.