fbpx

ଯୁଦ୍ଧରେ ୫୯୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଲଗାତର ଭାବରେ ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି । ବର୍ତ୍ତମାନ ସେମାନେ ରାଜଧାନୀ କିଭ୍ ଉପରେ ହମଲା କରିବା ପାଇଁ ମାଡ଼ି ଆସୁଛନ୍ତି । ସହରକୁ ତିନି ପଟରୁ ଘେରି ଯାଇଛନ୍ତି । ବୋମାମାଡ଼, ମିସାଇଲ୍ ଆଟାକ୍ ଆଦି ଜାରି ରହିଛି । ଏହା ଭିତରେ ୫୯୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି । ହଜାରେ ରୁ ଅଧିକ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଏନେଇ ଜାତିସଂଘର ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି । ୧୯ ଦିନ ହେଲା ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଭର୍ଚୁଆଲ ମୋଡରେ ଉଭୟ ଦେଶର ପ୍ରତିନିଧିଙ୍କ କଥାବାର୍ତ୍ତା ହେବ । ପୂର୍ବରୁ ୩ ଥର ଆଲୋଚନା ହୋଇଥିଲେ ବି ସମାଧାନର ବାଟ ବାହାରି ନଥିଲା । ତେବେ ଏହି କଥର କଥାବାର୍ତ୍ତାରେ କଣ ନିଷ୍କର୍ଷ ବାହାରିବ ତାକୁ ସମସ୍ତଙ୍କ ଅପେକ୍ଷା ।

Get real time updates directly on you device, subscribe now.