fbpx

ମଇଁଷିଙ୍କୁ ଦେଖି ଛାନିଆରେ ଗଛରେ ଚଢ଼ିଲା ସିଂହ, ଭାଇରାଲ ଭିଡିଓ ଦେଖି ମଜା ଉଠାଉଛନ୍ତି ଦର୍ଶକ

ସିଂହକୁ କୁହାଯାଏ ଜଙ୍ଗଲର ରାଜା । ସିଂହକୁ ଦେଖିବା ମାତ୍ରେ ଜୀବଜନ୍ତୁ କ’ଣ ମନୁଷ୍ୟ ବି ଭୟଭୀତ ହୋଇପଡ଼ନ୍ତି । ହେବେନି ବା’ କେମିତି କାରଣ ସିଂହର ବଳ ଆଗରେ କେହିବି ତିଷ୍ଠି ପାରିବେ ନାହିଁ । ସିଂହକୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଅଧିକାଂଶ ଭିଡିଓରେ ଆପଣ ସିଂହର ଭୟଙ୍କର ରୂପ ଦେଖିବାକୁ ପାଇଥିବେ । ହେଲେ ଏବେ ଭାଇରାଲ ହେଉଥିବା ଭିଡିଓଟିକୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଭାଇରାଲ ହୋଇଥିବା ଏହି ଭିଡିଓରେ ସିଂହ ନୁହେଁ ବରଂ ମଇଁଷିମାନେ ସିଂହକୁ ପରସ୍ତା କରୁଛନ୍ତି । ଭିଡିଓରେ ମଇଁଷିମାନଙ୍କୁୁ ଦେଖି ସିଂହ ଭୟରେ ଗଛ ଉପରକୁ ଚଢ଼ିଯାଉଛି । ଭିଡିଓଟିକୁ ଯିଏ ଦେଖୁଛି ସେ ସିଂହର ଏପରି ଅବସ୍ଥା ଦେଖି  ଖୁବ୍ ମଜା ନେଉଛନ୍ତି । ଦେଖନ୍ତୁ ଭାଇରାଲ ଭିଡିଓ…

Get real time updates directly on you device, subscribe now.