fbpx

ପୁଣି ଫେରିବେ କ୍ରିସ: ଏହି ଦିନରୁ ଆରମ୍ଭ ହେବ ନୂଆ ସିକ୍ୱେଲର ଶୁଟିଙ୍ଗ

ନୂଆଦିଲ୍ଳୀ: ବଲିଉଡକୁ ପୁଣି ଫେରିବେ ଦମଦାର ସୁପରମ୍ୟାନ “କ୍ରିସ’ । ଖୁବ ଶୀଘ୍ର ଆସିପାରେ “କ୍ରିସ’ର ନୂଆ ସିରିଜ “କ୍ରିସ ୪’ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ନିର୍ଦ୍ଦେଶକ ରାକେଶ ରୋଶନ । ଫିଲ୍ମ ପାଇଁ କାଷ୍ଟିଂଠାରୁ ଆରମ୍ଭ କରି ଅନ୍ୟାନ୍ୟ ଘଟଣା ଉପରେ କାର୍ଯ୍ୟ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି । ତେବେ ରିପୋର୍ଟ ଅନୁଯାୟୀ ଆସନ୍ତା ଜୁନରୁ ଏହାର ଶୁଟିଂ କାର୍ଯ୍ୟ ଆରମ୍ଭ ହୋଇପାରେ ।

ଏହା ନିଶ୍ଚିତ ଯେ କ୍ରିସ ଭୂମିକାରେ ହ୍ରିତିକ ହିଁ କମବ୍ୟାକ କରିବେ । କିନ୍ତୁ ଜୁନ ମାସରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବାକୁ ଥିବା ବେଳେ ମୁଖ୍ୟ ନାୟିକାଙ୍କୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳି ପାରିନାହିଁ । ପୂର୍ବ ସମସ୍ତ ସିରିଜରେ ପ୍ରିୟଙ୍କା ଚୋପ୍ରାଙ୍କୁ ଲିଡ ରୋଳରେ ଦେଖିବାକୁ ମିଳିଥିଲା । କିନ୍ତୁ ଏହି ସିକ୍ୱୋଲରେ ତାଙ୍କ ବଦଳରେ ଦୀପିକା ପାଦୁକୋନଙ୍କୁ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ନିଜର ଅପକମିଂ ମୋଭି “ବିକ୍ରମ ବେଧା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ସୁପରଷ୍ଟାର ହ୍ରିତିକ । ଏହାପରେ ଅଗଷ୍ଟରେ ୧୦୦ ଦିନର ଫାଇଟର ଚଳଚ୍ଚିତ୍ର ମଧ୍ୟ ଶୁଟିଂ କରିବେ ଏହି ସୁପରଷ୍ଟାର । ଯାହା ୨୦୨୨ ସେପ୍ଟେମ୍ବରରେ ରିଲିଜ କରିବା ପାଇଁ ଟାର୍ଗେଟ ରହିଛି । ତେବେ ହ୍ରିତିକଙ୍କ ସମସ୍ତ ଫିଲ୍ମକୁ ନଜର ପକାଇଲେ ଏହା ଆସନ୍ତାବର୍ଷ ଶୁଟିଂ ଆରମ୍ଭ କରାଯାଇପାରେ ବୋଲି ଆଶା ରହିଛି ।

Get real time updates directly on you device, subscribe now.