ସୁସ୍ଥ ହୃଦୟ ପାଇଁ ଆବଶ୍ୟକ ହୋଇଥାଏ ଏହି ସବୁ ଜିନିଷ: ବଦଳାନ୍ତୁ ଅଭ୍ୟାସ

ନୂଆଦିଲ୍ଲୀ: ଜୀବନଶୈଳୀର ପରିବର୍ତ୍ତନ ଏବଂ ଖାଦ୍ୟପେୟର ପରିବର୍ତ୍ତନ ପାଇଁ ହୃଦଯନ୍ତ୍ରଣା ହୋଇଥାଏ । ସେଥିପାଇଁ ସୁଷମ ଖାଦ୍ୟ ସହିତ ନିୟମିତ ବ୍ୟୟାମ କରିବା ପାଇଁ ପ୍ରାୟତଃ ଉପଦେଶ ଦିଆଯାଇଥାଏ । କିନ୍ତୁ ବ୍ୟସ୍ତବହୁଳ ଜୀବନ ଭିତରେ ଏସବୁ ଉପରେ ଧ୍ୟାନ ଦେବାକୁ ଅନେକ ଲୋକ ଭୁଲି ଯାଆନ୍ତି । ଯାହା ହୃଦଘାତର ଏକ ପ୍ରମୁଖ କାରଣ ବୋଲି କୁହାଯାଏ । ତେବେ ଏମିତି ସମୟରେ କିଛି ଉପାୟ ଅବଲମ୍ବନ କଲେ ହୃଦଘାତ ସହିତ ଅନ୍ୟାନ୍ୟ ଯନ୍ତ୍ରଣା ଗୁଡିକରୁ ଆପଣ ରକ୍ଷା ପାଇ ପାରିବେ । ଆସନ୍ତୁ ଜାଣିବା ସେହିଭଳି କିଛି ଉପାୟ ।

ସୁସ୍ଥ ଡାଏଟ:

Why is it Important to Wash Fruits and Vegetables before Eating?

ଏହି ରୋଗରୁ ବଞ୍ଚିବା ପାଇଁ ସର୍ବପ୍ରଥମ ଉପଚାର ହେଉଛି ଡାଏଟ । ହୃଦୟ ଜିନତ ସମସ୍ୟା ପାଇଁ ସୁଷମ ଖାଦ୍ୟ ଏବଂ ସୁସ୍ଥ ଡାଏଟ ଅତ୍ୟନ୍ତ ଆବଶ୍ୟକ । ଅଧିକରୁ ଅଧିକ ପନିପରିବା ଏବଂ ଫଳ ଖାଇବା ଏବଂ ଜଙ୍କ ଫୁଡ ଓ ମସଲା ଜାତୀୟ ଖାଦ୍ୟର କମ ସେବନ ଏଥିର ଆପଣଙ୍କୁ ମୁକ୍ତି ଦେଇପାରେ । ଏହା ବ୍ୟତୀତ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ମଧ୍ୟ ନିହାତି ଆବଶ୍ୟକ ।

ବଦଳାନ୍ତୁ ନାହିଁ ଦୈନନ୍ଦିନର ଅଭ୍ୟାସ:

Write Ten Sentences Daily Routine in English. 10 Lines Morning Routine

ନିଜ ଦୈନନ୍ଦିନ ଅଭ୍ୟାସକୁ ସଦା ସର୍ବଦା ଧ୍ୟାନ ଦିଅନ୍ତୁ । ଗୋଟିଏ ଦିନଚର୍ଯ୍ୟାକୁ ବାରମ୍ବାର ପରିବର୍ତ୍ତନ କରିବା ଦ୍ୱାରା ହୃଦୟ ଉପରେ ଏହାର ଖୁବ ପ୍ରଭାବ ପଡିଥାଏ । ତେଣୁ ଏଥିରୁ ଯଥାସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।

ଧୂମ୍ରପାନ ବଢାଇଥାଏ ହୃଦଘାତର ଭୟ:

Still no alcohol and cigarette sales under level 4 #covid19 | Heart FM

ବହୁଳ ମାତ୍ରାରେ ମଦ୍ୟପାନ ଏବଂ ଧୂମ୍ରପାନ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଖୁବ ଭୟଙ୍କର ହୋଇପାରେ । ଏହି ଅଭ୍ୟାସ ଦ୍ୱାରା ହୃଦୟ ଉପରେ ପଡିଥାଏ ଏକ ଖରାପ ପ୍ରଭାବ । ଯାହାଦ୍ୱାରା ହୃଦଘାତ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ମଦ୍ୟପାନ ଏବଂ ଧୂମ୍ରପାନ ଇତ୍ୟାଦିରୁ ନିଜକୁ ନିବୃତ୍ତ ରଖିବାକୁ ଚେଷ୍ଟା କରନ୍ତୁ ।

ବ୍ୟାୟାମ କରନ୍ତୁ:

5 Basic Exercises For A Total-Body Workout | SELF

ବ୍ୟାୟାମ କରିବାକୁ କେବେ ବି ଭୁଲନ୍ତୁ ନାହିଁ । ଛାତି ଯନ୍ତ୍ରଣାରେ ପୀଡିତ ବ୍ୟକ୍ତି ସବୁଠୁ ଲାଭଦାୟକ ହୋଇଥାଏ ବ୍ୟୟାମ । ପ୍ରତିଦିନ ବ୍ୟୟାମ କରିବା ଦ୍ୱାରା ଶରୀର ଏବଂ ମସ୍ତିସ୍କ ସୁସ୍ଥ ରହିଥାଏ । ତେଣୁ ଛାତି ଯନ୍ତ୍ରଣା ଭଳି ସମସ୍ୟାରୁ ଦୂରେଇ ରଖିବାରେ ସଫଳ ହୋଇଥାଏ ବ୍ୟୟାମ ।