fbpx

କର୍ଣ୍ଣାଟକର ଅନେକ ସହରରେ ୧୪୪ ଧାରା ଲାଗୁ, ମୁଖ୍ୟମନ୍ତ୍ରୀ କହିଲେ- କୋର୍ଟଙ୍କ ଆଦେଶର ପାଳନ କରନ୍ତୁ

ବେଙ୍ଗାଲୁରୁ: ସ୍କୁଲ-କଲେଜରେ ମୁସଲିମ ଛାତ୍ରୀଙ୍କ ହିଜାବ ପିନ୍ଧିବା ବିବାଦ ଉପରେ  ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। କୋର୍ଟ ହିଜାବ ବିବାଦରେ ଆବେଦନକୁ ଖାରଜ କରିଛନ୍ତି ଏବଂ କହିଛନ୍ତି ହିଜାବ ଧର୍ମର ଅଂଶବିଶେଷ ନୁହେଁ। ହିଜାବ ପିନ୍ଧିବା ଇସଲାମରେ ବାଧ୍ୟତାମୂଳକ ନୁହେଁ। ତେଣୁ ଛାତ୍ରୀମାନେ ସ୍କୁଲରେ ୟୁନିଫର୍ମ ପିନ୍ଧିବାକୁ ମନା କରି ପାରିବେ ନାହିଁ। ଅପରପକ୍ଷେ ସମସ୍ତେ କୋର୍ଟର ଆଦେଶ ପାଳନ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକର ଅନେକ ସହରରେ ୧୪୪ ଧାରା ଲାଗୁ କରାଯାଇଛି। ଏମିତି ସ୍ଥିତିରେ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ।

ହିଜାବ ବିବାଦ ଉପରେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ କହିଛନ୍ତି, ଆମେ ହାଇକୋର୍ଟଙ୍କ ରାୟକକୁ ସମ୍ମାନ କରୁଛୁ। ଛାତ୍ରଙ୍କ ପାଇଁ ଶିକ୍ଷା ଜରୁରୀ। ସମସ୍ତେ ହାଇକୋର୍ଟଙ୍କ ଆଦେଶର ପାଳନ କରନ୍ତୁ ଏବଂ ଶାନ୍ତି ବଜାୟ ରଖନ୍ତୁ। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଛାତ୍ରଙ୍କ କାମ ପାଠ ପଢିବା। ହିନ୍ଦୁ-ମୁସଲିମ ଜାତିବାଦକୁ ଏଡାଇ ପାଠପଢା ଉପରେ ଧ୍ୟାନ ଦିଅନ୍ତୁ। କୌଣସି ପ୍ରକାରର ବିବାଦ ସୃଷ୍ଟି କରନ୍ତୁ ନାହିଁ।

ଅନ୍ୟପଟେ ପିଡିପି ନେତା ମହବୁବା ମୁଫତି ହିଜାବ ଉପରେ ହାଇକୋର୍ଟଙ୍କ ରାୟରେ ନିରାଶ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ହାଇକୋର୍ଟଙ୍କ ନିଷ୍ପତ୍ତି ବହୁତ ନିରାଶଜନକ। ଗୋଟିଏ ପଟେ ଆମେ ମହିଳା ସଶକ୍ତିକରଣ କଥା କହୁଛନ୍ତି। କିନ୍ତୁ ଏକ ସାଧାରଣ ବିକଳ୍ପ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରୁଛନ୍ତି। ଏହା କେବଳ ଧର୍ମ ବିଷୟରେ ନୁହେଁ ନିଜ ପସନ୍ଦର କଥା ବୋଲି ମୁଫତି କହିଛନ୍ତି।

Get real time updates directly on you device, subscribe now.