fbpx

ଚୀନକୁ ଭାରତୀୟଙ୍କ ଡାଟା ଶେୟାର କରୁଛି Paytm, ଅଭିଯୋଗକୁ ଖଣ୍ଡନ କଲା କମ୍ପାନୀ

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟସ ବ୍ୟାଙ୍କକୁ ନେଇ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ଚୀନର ସଂସ୍ଥା ସହିତ ପେଟିଏମ ଭାରତୀୟ କଷ୍ଟମରଙ୍କ ଡାଟା ଶେୟାର କରୁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହି ଅଭିଯୋଗକୁ ପେଟିଏମ କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଛି । ବ୍ଲୋମବର୍ଗ ପକ୍ଷରୁ ଉକ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ଗତ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ କଟକଣା ଜାରି କରିଥିଲା । ନୂଆ ଗ୍ରାହକଙ୍କୁ ନ ଯୋଡ଼ିବାକୁ ପେଟିଏମକୁ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଆରବିଆଇ ଗାଇଡଲାଇନ୍ ମୁତାବକ, ଦେଶ ମଧ୍ୟରେ ଅପରେଟ ହେଉଥିବା ସମସ୍ତ ପେମେଣ୍ଟ ବ୍ୟାଙ୍କ ସେମାନଙ୍କର ସମସ୍ତ ଟ୍ରାଞ୍ଜାକ୍ସନ ଡାଟା ଲୋକାଲ ସର୍ଭରରେ ଷ୍ଟୋର କରିବା ଦରକାର । ତେବେ ପେଟିଏମ ଏହି ନିୟମକୁ ଅନୁସରଣ କରୁନଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏନେଇ କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି ଯେ, ପେଟିଏମ ପେମେଣ୍ଟ ବ୍ୟାଙ୍କ ଡାଟା ଲିକ୍ କରୁଥିବା ନେଇ ଆସିଥିବା ରିପୋର୍ଟ ଭୁଲ୍ ଅଟେ । ବ୍ୟାଙ୍କ ଦେଶ ଭିତରେ କାର୍ଯ୍ୟ କରୁଛି ଏବଂ ଏହା ଆରବିଆଇର ଡାଟା ଲୋକାଲାଇଜେସନ ନିୟମକୁ ଫଲୋ କରୁଛି । ବ୍ୟାଙ୍କର ସମସ୍ତ ଡାଟା ଦେଶ ଭିତରେ ରହିଛି । କମ୍ପାନୀ ଡିଜିଟାଲ ଇଣ୍ଡିଆ ପ୍ରୋଗ୍ରାମକୁ ମାନୁଛି ଓ ଦେଶରେ ଏହାର ବୃଦ୍ଧି ନେଇ ପ୍ରତିବଦ୍ଧ ରହିଛି ।

Get real time updates directly on you device, subscribe now.