ନୂଆଦିଲ୍ଳୀ: ଭାରତର ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ହେଲେ କୃଷିରେ ଟେକ୍ନୋଲୋଜିର ବ୍ୟବହାର ଅତ୍ୟନ୍ତ ନଗଣ୍ୟ । ତେବେ ନିକଟରେ କେନ୍ଦ୍ରୀୟ ବଜେଟରେ କୃଷି ପାଇଁ ଡ୍ରୋନର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ ଅର୍ଥମନ୍ତ୍ରୀ । ରେଭିନ୍ୟୁ ବିଭାଗ ପକ୍ଷରୁ ସମସ୍ତ ଜମି ଗୁଡିକର ଡିମାର୍କେସନ ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ପ୍ରଥମ ଥର ପାଇଁ ଟେକ୍ନୋଲୋଜିକୁ ବ୍ୟବହାର କରାଯିବା ସହିତ ଡ୍ରୋନର ବ୍ୟବହାର କରାଯାଇଛି । ଭାରତରେ ପ୍ରଥମ ଥର ପାଇଁ ପୁଣେରେ ଏଭଳି ବ୍ୟବସ୍ଥା ଆରମ୍ଭ କରାଯାଇଛି ।
ଭାରତରେ ଜମିଜମାକୁ ନେଇ ବିବାଦ ଅନେକ ସମୟରେ ରହିଥାଏ । ବ୍ରିଟିଶ ଅମଳରୁ ରହିଥିବା ମାପଚୁପ ବ୍ୟବସ୍ଥାକୁ ନେଇ ମଧ୍ୟ ଅନେକ ସମୟରେ ବିବାଦ ଦେଖା ଦେଇଥାଏ । ଏହି ବିବାଦରୁ ଦୂରେଇବା ପାଇଁ ପୁଣେର ସିନ୍ନାର ତାଲୁକାର ଗୁରେୱାଡିରେ ପ୍ରଥମ ଡ୍ରୋନ ସର୍ଭେ କରାଯାଇଛି । ଏହା ବ୍ୟତିତ ନୀଫାଡର ସୋନେୱାଡିରେ ମଧ୍ୟ ଏହି ସର୍ଭେ କରାଯାଇଛି । ଏହା ବାଦ ପ୍ରଥମ ଥର ପାଇଁ ଗାଓଥାନରେ ଏହି ବ୍ୟବସ୍ଥାର ଆରମ୍ଭ ହେବ ।