fbpx

କିଏ ହେବ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଏହି ତିନି ନେତାଙ୍କୁ ଦିଲ୍ଲୀ ଡାକରା

ନୂଆଦିଲ୍ଲୀ: କିଏ ହେବ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏନେଇ ବିଜେପି ନେତାଙ୍କ ମଧ୍ୟରେ ଅଙ୍କ ଛିଣ୍ଡି ପାରୁନି । ରାଜ୍ୟର ମୁଖିଆ ଦାୟିତ୍ୱ କିଏ ନେବ ସେନେଇ ଏକପ୍ରକାର ସସପେନ୍ସ ଜାରି ରହିଛି । ତେବେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ଗତ ଶୁକ୍ରବାର ଦିନ ଦିଲ୍ଲୀ ଗସ୍ତରେ ଯାଇଥିଲେ । ଏବେ ଅଚାନକ ପୁଣି ଦୁଇନେତା ପୁଷ୍କର ସିଂହ ଧାମୀ ଓ ମଦନ କୌଶିକଙ୍କୁ ଦିଲ୍ଲୀ ଦରବାରରୁ ଡାକରା ଆସିଛି ।

ତେବେ ରାଜ୍ୟରେ ସରକାର ଗଠନ ପାଇଁ ଗତକାଲି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାର ଥିଲା । ମାତ୍ର ଦିଲ୍ଲୀରୁ ଡାକରା ଆସିବା ପରେ ଏବେ ଉକ୍ତ ବୈଠକ ବାତିଲ୍ କରାଯାଇଛି । ତେବେ ବିଜେପି ହାଇକମାଣ୍ଡ ଏନେଇ କିଛି ନୂଆ ଧରଣର ନିଷ୍ପତ୍ତି ନେଇପାରନ୍ତି । ଚଳିତ ଥର ରାଜ୍ୟରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବା ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ ଧାମି । ତେଣୁ ତାଙ୍କୁ ନେଇ କିଛି ବିଚାର କରାଯାଇପାରେ । ତ୍ରିଭେନ୍ଦ୍ରଙ୍କ କାର୍ଯ୍ୟକାଳ ମଧ୍ୟରେ ସମସ୍ତ ବିଧାୟକମାନେ ଶାନ୍ତ ଥିଲେ, ଅର୍ଥାତ କୌଣସି ଅନ୍ତଃକନ୍ଦଳ ଦେଖାଦେଇନଥିଲା । ସେହିପରି ମଦନ ବର୍ତ୍ତମାନ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ରହିଥିବାରୁ ତାଙ୍କର ନେତୃତ୍ୱକୁ ଅଣଦେଖା କରିହେବ ନାହିଁ । ତେବେ ଏପରି ସ୍ଥଳେ ଦଳର ଶୀର୍ଷ ନେତୃତ୍ୱ କାହା ମୁଣ୍ଡରେ ସୁନା କଳସ ଢାଳିବେ ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ ।

Get real time updates directly on you device, subscribe now.