fbpx

(Video) ବାଣୀବିହାରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଗାଡ଼ି ପୋଡ଼ି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି । ବାଣୀବିହାରର ଛାତ୍ର ନିବାସରେ ଗତକାଲି ବିଳମ୍ବିତ ରାତ୍ରିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ପରେ କିଛି ଦୁର୍ବୃତ୍ତ ଛାତ୍ର ହଷ୍ଟେଲରେ ପଶି ଗାଡ଼ି ପୋଡ଼ି ଦେଇଥିବା ଜଣାପଡ଼ିଛି । ଖବରପାଇ ସହିଦ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।

ସୂଚନାଯୋଗ୍ୟ ଯେ, ବାଣୀବିହାର କ୍ୟାମ୍ପସରେ ଅଧିକାଂଶ ସମୟରେ ଛାତ୍ର ରାଜନୀତି ସହ ଅନ୍ୟ କାରଣକୁ ନେଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥାଏ । ପୂର୍ବରୁ ଅନେକ ଥର ରାତି ଅଧରେ ଛାତ୍ର ନିବାସରେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.