fbpx

ଯୁଦ୍ଧ ପାଇଁ ୟୁକ୍ରେନର ୬୦ ଲକ୍ଷ ଶିଶୁ ଶିକ୍ଷାରୁ ବଞ୍ଚିତ, ସହାୟତା ପାଇଁ ଆଗକୁ ଆସିଲେ ଟେନିସ ଷ୍ଟାର ଫେଡେରର

ନୂଆଦିଲ୍ଲୀ: ଗତ ମାସ ଫେବୃଆରୀ ୨୪ ତାରିଖରୁ ଆରମ୍ଭ ହୋଇଥିବା ଯୁଦ୍ଧ ଆଜି ୨୫ ଦିନରେ ପହଞ୍ଚିଛି । ତେବେ ଏହି ଯୁଦ୍ଧରେ ଦୁଇ ପକ୍ଷର ବହୁ ଧନଜୀବନ ନଷ୍ଟ ହୋଇଥିବା ବେଳେ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି ୟୁକ୍ରେନର ଲକ୍ଷ ଲକ୍ଷ ଶିଶୁଙ୍କ ଶିକ୍ଷା । ରୁଷ ଆକ୍ରମଣରେ ୟୁକ୍ରେନର ସ୍କୁଲ, ହସ୍ପିଟାଲ ଓ ବଡ଼ ବଡ଼ କୋଠା ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶି ଯାଇଛି । ଲକ୍ଷ ଲକ୍ଷ ଲୋକ ଅନ୍ୟ ରାଷ୍ଟ୍ରରେ ମଧ୍ୟ ଶରଣ ନେଇଛନ୍ତି । ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଟେନିସ କିମ୍ବଦନ୍ତୀ ରୋଜର ଫେଡେରର ୟୁକ୍ରେନର ପିଲାଙ୍କ ଶିକ୍ଷା ପାଇଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ଫେଡେରର କହିଛନ୍ତି ଯେ, ଯୁଦ୍ଧ କାରଣରୁ ୟୁକ୍ରେନର ପାଖାପାଖି ୬୦ ଲକ୍ଷ ପିଲା ବର୍ତ୍ତମାନ ସ୍କୁଲରୁ ଦୂରେଇ ରହିଛନ୍ତି । ତେଣୁ ସେମାନଙ୍କୁ ଏହି ସମୟରେ ସହାୟତାର ଆବଶ୍ୟକତା ରହିଛି । ପିଲାଙ୍କୁ ଶିକ୍ଷା ଯୋଗାଇଦେବା ପାଇଁ ଫେଡେରର ଫାଉଣ୍ଡେସନ ତରଫରୁ ପାଞ୍ଚ ଲକ୍ଷ ଡଲାର ସହାୟତା ରାଶି ପ୍ରଦାନ କରାଯିବ । ଯୁଦ୍ଧରେ ପ୍ରଭାବିତ ହୋଇଥିବା ୟୁକ୍ରେନବାସୀଙ୍କ ଛବି ଦେଖିବା ପରେ ମୁଁ ଓ ମୋ ପରିବାର ଭୟଭୀତ ହୋଇପଡ଼ିଛୁ । ଏହି ଘଟଣାରେ ଲକ୍ଷ ଲକ୍ଷ ନିର୍ଦ୍ଦୋଷ ଲୋକଙ୍କ ହୃଦୟ ଭାଙ୍ଗିଯାଇଛି । ତେଣୁ ଏପରି ବେଦନାଦାୟକ ଯନ୍ତ୍ରଣାରୁ ମୁକ୍ତି ପାଇଁ ସେମାନଙ୍କୁ ସମସ୍ତେ ସହଯୋଗ କରିବା ଦରକାର ।

Get real time updates directly on you device, subscribe now.