fbpx

୭ ଦିନରେ ଆପଣାନ୍ତୁ ୭ ଉପାୟ: ଘର ଉପରେ ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା

ନୂଆଦିଲ୍ଲୀ: ଜୀବନ ଧାରଣ ପାଇଁ ପଇସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ପଇସା ଆୟ କଲେ ମଧ୍ୟ ଏହାକୁ ସଞ୍ଚୟ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେବେ ଅନେକ କ୍ଷେତ୍ରରେ ପରିଶ୍ରମ କଲେ ମଧ୍ୟ ସଫଳତା ମିଳିନଥାଏ । ଏହାକୁ ଦୂରେଇବା ପାଈଁ ସପ୍ତାହର ୭ ଦିନ ପାଇଁ ୭ଟି ଉପାୟ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ତୁଳସୀ: ଘରେ ତୁଳସୀ ଗଛ ଲଗାଇବା ଦ୍ୱାରା ଅର୍ଥ ଆସିବାର ସମ୍ଭାବନା ବଢିଥାଏ । ପୂର୍ବ, ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ତୁଳସୀ ଗଛ ଲଗାଇବା ଦ୍ୱାରା ଘରର ଆର୍ଥିକ ପ୍ରତିବନ୍ଧକ ଦୂର ହୁଏ । ଏହାକୁ ଛୁଇଁବା ଦ୍ୱାରା ଶରୀର ପବିତ୍ର ହୋଇଥିବା ବେଳେ ପ୍ରଣାମ କରିବା ଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ ।

ଝୁଣା ଧୂଆଁ: ଘର ଏବଂ ଅଫିସରେ ନକରାତ୍ମକ ଭାବନା ଦୂର କରିବା ପାଇଁ ଝୁଣା ଧୂଆଁ ବ୍ୟବହାର କରନ୍ତି । ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଝୁଣା ଧୂଆଁ ଦେଲେ ନକରାତ୍ମକ ଭାବନା ଦୂର ହେବା ସହିତ ଶୁଭଫଳ ମିଳିଥାଏ ।

ସୋରିଷ ତେଲର ଦୀପ: ପ୍ରତ୍ୟେକ ଶନିବାର ଦିନ ଘରର ମୁଖ୍ୟ ଦ୍ୱାରରେ ଏବଂ ପିପଳ ବୃକ୍ଷ ମୂଳରେ ସୋରିଷ ତେଲର ଦୀପ ଲଗାନ୍ତୁ । ଏହା ସହିତ ଏହି ଦୀପକୁ ୩ ଘେରା ପରିକ୍ରମା କରିବା ଦ୍ବାରା ଶୁଭ ଫଳ ମିଳିଥାଏ ।

ଦାନ: ପ୍ରତିଦିନ ନିଜ ସାମର୍ଥ୍ୟ ଅନୁସାରେ ଦାନ କରିବା ଦ୍ୱାରା ଶୁଭଫଳ ମିଳିଥାଏ ।

ବେତନର ଅଂଶ: ପ୍ରତି ମାସରେ ବେତନର କିଛି ଅଂଶ କୌଣସି ମନ୍ଦିରରେ ଦାନ କରନ୍ତୁ ।

କଲାୱେ ଦୀପ: ଯଦି ମନ୍ଦିରରେ ଦୀପ ଜାଳୁଛନ୍ତି ତାହେଲେ ଏଥିରେ କଲାୱା ପକାନ୍ତୁ । ଏହା ଦ୍ୱାରା ଧନ ଘର ଆଡକୁ ଆକର୍ଷିତ ହୋଇଥାଏ ।

ଧଳା ମିଠାଇ: ମା ଲକ୍ଷ୍ମୀଙ୍କ ପାଇଁ ଧଳା ମିଠା ସର୍ବଦା ଗୁରୁତ୍ୱ ବହନ କରିଥାଏ । ଶୁକ୍ରବାର ଧଳା ମିଠାରେ ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ।

Get real time updates directly on you device, subscribe now.