fbpx

ଆଜି ହାଇକୋର୍ଟ ବାର୍‌ ର୍ନିବାଚନ: ସକାଳ ୮ଟାରୁ ଭୋଟ୍, ଅପରାହ୍ନ ୪ଟାରୁ ଗଣତି

କଟକ, (ଭାସ୍କର ନ୍ୟୁଜ୍‌) :  ଆଜି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ଚଳିତ ବର୍ଷର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସଭାପତି ପଦ ପାଇଁ କାଳୀପ୍ରସନ୍ନ ମିଶ୍ର, ପ୍ରଦୀପ୍ତ କୁମାର ମହାନ୍ତି, ସୁରେନ୍ଦ୍ରନାଥ କର ଏବଂ ଉପସଭାପତି ପଦ ପାଇଁ ବିଦ୍ୟାଧର ପ୍ରଧାନ ଓ କ୍ଷୀରୋଦ କୁମାର ରାଉତ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିଭଳି ସମ୍ପାଦକ ପଦ ନିମନ୍ତେ ଆଲୋକ ପ୍ରସାଦ ନନ୍ଦ, ଦିଲ୍ଲୀପ କୁମାର ରାୟ, ପ୍ରଶାନ୍ତ କୁମାର ସାହୁ, ରଣଜିତ୍‌ ମହାନ୍ତି, ସଂଜତ କୁମାର ଦାସ, ସୁସ୍ମିତା ପଟ୍ଟନାୟକ ପ୍ରମୁଖ ପ୍ରାଥୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି । ଅନ୍ୟପକ୍ଷରେ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ଅଶୋକ କୁମାର ଆପଟ, ଉଦିତ୍‌ ରଞ୍ଜନ ଜେନା, ସହକାରୀ ସମ୍ପାଦକ ପଦବୀ ନିମନ୍ତେ ଦୀପକ ପ୍ରଧାନ, ରଶ୍ମୀରଞ୍ଜନ ମିଶ୍ର, ସରୋଜକାନ୍ତ ମଣ୍ଡଳ ପ୍ରମୁଖ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସହକାରୀ ସମ୍ପାଦକ (ପାଠାଗାର) ପଦବୀ ପାଇଁ ଅନିତା ନନ୍ଦ, ଜାନକୀକାନ୍ତ ମହାପାତ୍ର, ରାଜକୁମାର ସୂତାର ପ୍ରତିଦ୍ୱନ୍ଦିତା କରୁଛନ୍ତି । ବାର୍‌ର ୯ଟି କାର୍ଯ୍ୟର୍ନିବାହୀ ସଦସ୍ୟ ପଦ ପାଇଁ ୧୭ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଆଜି ସକାଳ ୮ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଚାଲିବ । ମତଦାନ ଶେଷ ହେବା ପରେ ଅପରାହ୍ନ ୪ଟାରୁ ଭୋଟ ଗଣତି ଆରମ୍ଭ ହେବ ।  ଏଥର ଭୋଟ୍‌ ଗ୍ରହଣଠାରୁ ଗଣତି ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ସିଧାପ୍ରସାରଣ କରାଯିବ ବୋଲି ବାର୍‌ ଆସୋସିଏସନ୍‌ ପାଇଁ ନିଯୁକ୍ତ ନିର୍ବାଚନ ଅଧିକାରୀ ପ୍ରଶାନ୍ତ ଜେନା ସୂଚନା ଦେଇଛନ୍ତି । ଏଥର ହାଇକୋର୍ଟ ବାର୍‌ ଆସୋସିଏସନ୍‌ ବିଭିନ୍ନ ପଦପଦବି ପାଇଁ ମୋଟ୍‌ ୩୬ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲାବେଳେ ଏଥିରେ ୪ ହଜାର ୩୯୮ ଜଣ ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

Get real time updates directly on you device, subscribe now.