fbpx

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମନ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କ ୮୭ ତମ ଏପିସୋଡ୍ । ମନ୍ କି ବାତ୍ ରେ ଓଡ଼ିଆ ଯୁବକଙ୍କ ଉଦ୍ୟମକୁ ପ୍ରଶଂସା କଲେ ମୋଦୀ । ପୁରୀର ରାହୁଲ ମହାରଣାଙ୍କ ପରିବେଶ ପ୍ରୀତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ପୁରୀର ଧାର୍ମିକ ପୀଠରୁ ପ୍ଲାଷ୍ଟିକ ଆବର୍ଜନା ସଫା କରି ଉଦାହରଣ ପାଲଟିଛନ୍ତି ରାହୁଲ ।

ଦେଶବାସୀଙ୍କୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମର ସ୍ଥାନୀୟ ଉତ୍ପାଦକୁ ବିଶ୍ୱବ୍ୟାପୀ କରିବା ଆବଶ୍ୟକ । ଯାହା ଦ୍ୱାରା ଏହା ବିଶ୍ୱବ୍ୟାପୀ ମାନ୍ୟତା ପାଇପାରିବ । ସେ କହିଛନ୍ତି ଯେ ଏକଦା ଭାରତରୁ ରପ୍ତାନୀ ସଂଖ୍ୟା ୧୦୦-୨୦୦ ବିଲିୟନ ଥିଲା, ବର୍ତ୍ତମାନ ଭାରତ ୪୦୦ ବିଲିୟନ ଡ଼ଲାରରେ ପହଞ୍ଚିଛି, ଏହାର ଅର୍ଥ ହେଉଛି ସାରା ବିଶ୍ୱରେ ଭାରତୀୟ ନିର୍ମିତ ଜିନିଷର ଚାହିଦା ବଢ଼ୁୁଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ ଜିଇଏମ ପୋର୍ଟାଲ ମାଧ୍ୟମରେ ସରକାର ୧ ଲକ୍ଷ କୋଟି ଟଙ୍କାରେ ଅଧିକ ଜିନିଷ କିଣିଛନ୍ତି । ମାନ କି ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧନରେ କହିଛନ୍ତି ଯେ ଦେଶର ଅନେକ ଲୋକ ଜଳ ସଂରକ୍ଷଣ ଦିଗରେ ଅନେକ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମ୍ବୋଧନରେ ପଦ୍ମଶ୍ରୀ ବାବା ଶିବାନନ୍ଦଙ୍କ ବିଷୟରେ ମଧ୍ୟ କହିଛନ୍ତି ।

Get real time updates directly on you device, subscribe now.