fbpx

ଧାର୍ଯ୍ୟ ହେଲା ଅମରନାଥ ଯାତ୍ରାର ସମୟ: ଏହି ତାରିଖରୁ ବାବାଙ୍କୁ ଭେଟିବାକୁ ସୁଯୋଗ ପାଇପାରିବେ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ଶ୍ରୀ ଅମରନାଥଜୀ ଶ୍ରୀମନ୍ଦିର ତରଫରୁ ଏକ ବୈଠକରେ ବାବାଙ୍କ ପ୍ରସିଦ୍ଧ ଯାତ୍ରାକୁ ନେଇ ନିଷ୍ପତ୍ତି ହୋଇଯାଇଛି । ଆସନ୍ତା ଜୁନ ୩୦ ତାରିଖରୁ ଶ୍ରୀ ଅମରନାଥ ଯାତ୍ରା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି । କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଏହି ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଅମରନାଥ ଯାତ୍ରା ଉପରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ବିଭିନ୍ନ ଘଟଣା ଉପରେ ଆଲୋଚନା କରିବା ସହ ଏହି ଯାତ୍ରା ଉପରେ ଜରୁରୀ ନିଷ୍ପତ୍ତି ହୋଇଛି ।

ଚଳିତ ବର୍ଷ ୪୩ ଦିନ ଭକ୍ତଙ୍କ ପାଇଁ ଚାଲିବ ପବିତ୍ର ଅମରନାଥ ଯାତ୍ରା । ଏହି ସମୟରେ କରୋନା କଟକଣା ମାନିବା ସହ ଯଥାରୀତି ଏହି ମହାଯାତ୍ରାକୁ ଆୟୋଜନ କରାଯିବ । ୩୦ ଜୁନ ଆରମ୍ଭ ହୋଇ ପରମ୍ପରା ଅନୁସାରେ ଆସନ୍ତା ରକ୍ଷା ବନ୍ଧନରେ ଏହା ସମାପ୍ତ ହେବ । ତେବେ ଚଳିତବର୍ଷ ୪୩ ଦିନ ପାଇଁ ଚାଲୁ ରହିବ ପବିତ୍ର ଅମରନାଥ ଯାତ୍ରା । ତେବେ ଅମରନାଥ ଯାତ୍ରା ସମୟରେ କରୋନା ମହାମାରୀ ବିପକ୍ଷରେ ଲାଗୁ ହୋଇଥିବା ବିଭିନ୍ନ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.