fbpx

ବିମାନରେ ଯାତ୍ରା ସମୟରେ ଖାଇବାର ସ୍ୱାଦ କାହିଁକି ବଦଳିଯାଏ, ଜାଣନ୍ତୁ ଏହା ପଛର କାରଣ

ଯଦି ଆପଣ ବିମାନରେ ଯାତ୍ରା କରୁଥିବା ସମୟରେ କେବେ ଖାଦ୍ୟ ସେବନ କରିଛନ୍ତି ତେବେ ସେ ସମୟରେ ଖାଦ୍ୟର ସ୍ୱାଦ କିପରି ଥାଏ ତାହା ନିଶ୍ଚିତ ଭାବେ ଜାଣିଥିବେ । ବିମାନରେ ଖାଦ୍ୟ ସାଧାରଣତଃ ମହଙ୍ଗା ହୋଇଥାଏ । ତେବେ ଯେତେ ମହଙ୍ଗା ହେଲେ ମଧ୍ୟ କିଛି ଲୋକ ଯାତ୍ରା ସମୟରେ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ମାତ୍ର ସବୁଠାରୁ ଦୁଃଖର କଥା ହେଉଛି ବିମାନ ଯାତ୍ରା ସମୟରେ ଖାଇବାର ସ୍ୱାଦ ପରିବର୍ତ୍ତନ ହୋଇଥାଏ । ଏଥିପାଇଁ ଅଧିକାଂଶ ଲୋକ ଖାଦ୍ୟ ଖରାପ, ସ୍ୱାଦ ନାହିଁ ବୋଲି ଅଭିଯୋଗ କରିଥାନ୍ତି ।

ତେବେ ଏପରି ଘଟିବାର କାରଣ କ’ଣ । ବିମାନରେ ଖାଦ୍ୟର ସ୍ୱାଦ ବଦଳିବା ପଛର ଅସଲ ରହସ୍ୟ କ’ଣ? । ଏହା ପଛରେ କିଛି ବୈଜ୍ଞାନିକ କାରଣ ରହିଛି । ଏକ ରିପୋର୍ଟ ମୁତାବକ, ବିମାନର ଖାଦ୍ୟ ବ୍ୟାକଗ୍ରାଉଣ୍ଡ ଧ୍ୱନି, ପ୍ରେସରାଇଜଡ କ୍ୟାବିନ ଓ ଶୁଷ୍କ ବାୟୁ ଆଦି କାରଣରୁ ପ୍ରଭାବିତ ହୋଇଥାଏ । ବିମାନରେ ଯାତ୍ରା ସମୟରେ ମିଠା ଓ ଲୁଣିଆ ଟେଷ୍ଟ ପ୍ରାୟ ୩୦ ପ୍ରତିଶତ ପ୍ରଭାବିତ ହୋଇଥାଏ । ତେବେ ଏହି ସମସ୍ୟାକୁ ଦୂରେଇବା ପାଇଁ ପ୍ଲେନ କ୍ୟାଟର୍ସ ରେସିପିରେ କିଛି ପରିବର୍ତ୍ତନ କରିଥାନ୍ତି । ଯେତେବେଳେ ଆପଣ ଏୟାରରେ ରହିଥାନ୍ତି, ସେ ସମୟରେ ଆପଣଙ୍କର ଟେଷ୍ଟର କ୍ଷମତା ଗ୍ରାଉଣ୍ଡ ପରି ରହିନଥାଏ । ତେଣୁ ଆପଣଙ୍କୁ ଖାଦ୍ୟ ଖାଇବା ସମୟରେ ଭଲ ସ୍ୱାଦ ଲାଗି ନଥାଏ ।

ଏଥିସହ ପ୍ଲେନରେ ସୁଗନ୍ଧକୁ ଭଲ ଭାବେ ବାରି ହୋଇନଥାଏ । ଖାଦ୍ୟରେ କୌଣସି ସୁଗନ୍ଧ ନ ରହିବା କାରଣରୁ ତାହା ଖାଇବାକୁ ଟେଷ୍ଟ ଭଲ ଲାଗେ ନାହିଁ । ତେଣୁ ବିମାନ ଯାତ୍ରା ସମୟରେ ଖାଦ୍ୟର ଟେଷ୍ଟ ଆଦୌ ଜାଣି ହୁଏ ନାହିଁ । ଡ୍ରାଏ କ୍ୟାବିନ ଆପଣଙ୍କର ନାସିକାର ମାର୍ଗକୁ ଶୁଷ୍କ କରିଦେଇଥାଏ । ଫଳରେ ଆପଣଙ୍କର ଟେଷ୍ଟ ବଡସ୍ କମ୍ ପାୱାରଫୁଲ ହୋଇଯାଇଥାଏ । କ୍ୟାବିନର ପ୍ରେସର କାରଣରୁ ଆପଣଙ୍କର ଶରୀରରେ ଅକ୍ସିଜେନର ମାତ୍ରା ହ୍ରାସ ପାଇଥାଏ । ଏହାଫଳରେ ଗନ୍ଧର ପ୍ରତିକ୍ରିୟା କମ୍ ସମ୍ବେଦନଶୀଳ ହୋଇଥାଏ ଓ ସୁଗନ୍ଧର ଶକ୍ତି ହ୍ରାସ ପାଇଥାଏ ।

Get real time updates directly on you device, subscribe now.