fbpx

ଋଷ-ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ: ବ୍ରେକ ଦେବା ପାଇଁ ହଁ ରେ ହଁ ଭରିଲେ ପୁତିନ

ନୂଆଦିଲ୍ଳୀ: ଋଷ-ୟୁକ୍ରେନ ଯୁଦ୍ଧର ୩୪ ଦିନରେ ଆସିଛି ଏକ ଆଶ୍ୱସ୍ତିକର ଖବର । ଋଷ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଆଲୋଚନାରେ ମିଳିଛି ଗ୍ରୀନ ସିଗନାଲ । ଗତ ୩୪ ଦିନରୁ ଚାଲିଥିବା ଭୟଙ୍କର ଯୁଦ୍ଧରେ ବିରତୀ ଲଗାଇବାକୁ ରାଜି ହୋଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ଋଷର ଏହି ନିଷ୍ପତ୍ତି ପରେ ସାରା ବିଶ୍ୱକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଯୁଦ୍ଧ ବନ୍ଦ ହେଲେ ଅନେକ ଧନ ଜୀବନ ନଷ୍ଟ ହେବାରୁ ରକ୍ଷା ମିଳିଯିବ ବୋଲି ଆଶା ଦେଖାଯାଇଛି ।

ସୂଚନା ଅନୁସାରେ, ଇସ୍ତାନବୁଲରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ନେଇ ଆଉ ଏକ ବଡ ଆଲୋଚନା ହୋଇଥିଲା । ଏହି ଆଲୋଚନାରୁ ଏକ ବଡ ଖବର ସାମନାକୁ ଆସିଛି । ଗତ ୩୪ ଦିନରୁ ଚାଲିଥିବା ଏହି ଯୁଦ୍ଧରେ ବ୍ରେକ ଲଗାଇବା ପାଇଁ ରାଜି ହୋଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ଯୁଦ୍ଧରେ ବ୍ରେକ ଲଗାଇ ଶାନ୍ତି ଆଲୋଚନା କରିବା ପାଇଁ ଋଷ ନିଷ୍ପତ୍ତି ନେଇଛି । ଏଥି ସହିତ କିଭ ଏବଂ ଟେର୍ଣ୍ଣିହିଭରେ ଆକ୍ରମଣର ବେଗ ହ୍ରାସ କରିବା ପାଇଁ ମଧ୍ୟ ସହମତି ଦେଇଛି ଋଷ । ତେବେ ଆଜିର ଏହି ଆଲୋଚନା ଏବଂ ଏହାର ଫଳାଫଳ ପରେ ଖୁବ ଶୀଘ୍ର ଏକ ନିର୍ଣର୍ୟରେ ପହଞ୍ଚିବାର ଆଶା ଉପୁଜିଛି । ୩୪ ଦିନର ଏହି ମହାଯୁଦ୍ଧରେ ଏକ ନୂଆ ମୋଡ ନେବା ସହ ଯୁଦ୍ଧ ବନ୍ଦ ହେବ ବୋଲି ଆଶାବାଦୀ ରହିଛି ସାରା ବିଶ୍ୱ । ତେବେ ଋଷ କେତେ ଦିନ ପର୍ଯ୍ୟନ୍ତ ନିଜ କଥା ରଖୁଛି ଏବଂ ଯୁଦ୍ଧ କେବେ ବନ୍ଦ ହେଉଛି ତାହାକୁ ଅପେକ୍ଷା ।

Get real time updates directly on you device, subscribe now.