fbpx

ଏପ୍ରିଲ ୭ ତାରିଖରୁ ଏହି ୫ଟି ରାଶିର ବ୍ୟକ୍ତିଙ୍କର ଶୁଭ ଦିନ ଆରମ୍ଭ ହେବ

ଗ୍ରହମାନଙ୍କର ସେନାପତି ମଙ୍ଗଳ ଆସନ୍ତା ୭ ତାରିଖ ଗୁରୁବାରଠାରୁ କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ମେ ମାସ ୧୭ ତାରିଖ ପର୍ଯ୍ୟନ୍ତ ସେ ଏହି ରାଶିରେ ଅବସ୍ଥାନ କରିବେ । ମଙ୍ଗଳ ଗ୍ରହର କୁମ୍ଭ ରାଶିର ଗୋଚରରୁ ଅନେକ ରାଶିର ଲୋକଙ୍କୁ ଫାଇଦା ମିଳିପାରେ । ଯେଉଁ ଲୋକଙ୍କର ଉପରେ ମଙ୍ଗଳ ଗ୍ରହର କୃପା ହେବ, ତାଙ୍କର ଆର୍ଥିକ ସ୍ଥିତି ବଦଳିଯିବବ ବୋଲି ଜ୍ୟୋତିଷମାନେ ମତ ଦେଇଛନ୍ତି ।

ମେଷ: ମଙ୍ଗଳ ଗ୍ରହର କୁମ୍ଭ ରାଶିରେ ଗୋଚରରୁ ମେଷ ରାଶିଧାରୀଙ୍କୁ ଫାଇଦା ମିଳିବ । ସେମାନଙ୍କର ସମୟ ଅନୁକୂଳ ରହିବା ସହ ବଡ଼ଧରଣଣ ଲାଭ ମିଳିପାରେ । ସେମାନେ ଯଦି କୌଣସି କ୍ଷେତ୍ରରେ ନିବେଶ କରନ୍ତି, ତେବେ ସେଥିରେ ପ୍ରଫିଟ ମିଳିବ ।

ବୃଷଭ: ମଙ୍ଗଳ ଗୋଚରରୁ ବୃଭଷ ରାଶିକୁ ମଧ୍ୟ ଫାଇଦା ମିଳିବ । ଏହି ରାଶିଧାରୀଙ୍କୁ କ୍ୟାରିୟର ଓ ବ୍ୟବସାୟରେ ସଫଳତା ମିଳିବାର ସଙ୍କେତ ଜଣାପଡ଼ୁଛି । ଏଥିସହ ସେମାନଙ୍କଙ୍କର ଧନଲାଭ ଓ ବ୍ୟାଙ୍କ ବାଲାନ୍ସ ବଢ଼ିବ ।

ମିଥୁନ: ମିଥୁନ ରାଶିଧାରୀଙ୍କୁ ମଙ୍ଗଳ ଗୋଚରରୁ ଧନ ଉପାର୍ଜନ ହୋଇପାରେ । ଏହାର ପ୍ରଭାବରେ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବାର ସମ୍ଭାବନା ରହିଛି । ଏମାନେ ଭୂମି, ଘର ଆଦିରେ ନିବେଶ କରିବା ପୂର୍ବରୁ ଶୁଭଚିନ୍ତକଙ୍କ ପରାମର୍ଶ ନେବା ଜରୁରୀ ।

ଧନୁ: ମଙ୍ଗଳ ଗୋଚରରୁ ଧନୁ ରାଶିଧାରୀଙ୍କୁ ଭାଇ-ଭଉଣୀଙ୍କର ସହଯୋଗ ମିଳିବ । ସେମାନଙ୍କୁ ନିଜର ଚାକିରି ଓ ବ୍ୟବସାୟୀରେ ଭଲ ଲାଭ ମିଳିବ ।

କୁମ୍ଭ: ମଙ୍ଗଳର ରାଶି ପରିବର୍ତ୍ତନ ଦ୍ୱାରା କୁମ୍ଭ ରାଶିଧାରୀମାନେ କ୍ୟାରିୟର ଓ ଚାକିରି କ୍ଷେତ୍ରରେ ଲାଭ ପାଇବେ । ଏହାଦ୍ୱାରା ସେମାନଙ୍କର ବ୍ୟବହାରରେ ପରିବର୍ତ୍ତନ ଦେଖାଦେଇପାରେ । ତେଣୁ ଯେ କୌଣସି କାମ କରିବା ପୂର୍ବରୁ ବୁଝି ବିଚାରି କରିବା ଦରକାର ।

Get real time updates directly on you device, subscribe now.