fbpx

ଧାମନଗରକୁ ଫେରିଲା ନିର୍ବାଚନ: ଏହି ତାରିଖରେ NACର ୬ଟି ବୁଥରେ କରାଯିବ ପୁନଃ ମତଦାନ

ଭଦ୍ରକ: ଭଦକ ଜିଲ୍ଲା ଧାମନଗରରେ ପୁଣି ହେବ ହେବ ପୁନଃ ନିର୍ବାଚନ । ଆସନ୍ତା ଏପ୍ରିଲ ୫ ତାରିଖରେ ଧାମନଗର ଘଇଉରେ ପୁନଃ ନିର୍ବାଚନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମୋଟ ୬ଟି ବୁଥରେ ଏହି ଦିନ ରି-ପୋଲ କରିବା ପାଇଁ ନିର୍ବାଚନ କମିଶନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

ଭଦ୍ରକ ଜିଲ୍ଲା ଧାମନଗରରେ ହେବ ପୁନଃନିର୍ବାଚନ । ୨ ନମ୍ବର ୱାର୍ଡରେ ଥିବା ୩ ନମ୍ବର ବୁଥରେ ପୁଣିଥରେ ମତଦାନ କରାଯିବାକୁ ରହିଛି । ଏଥିସହିତ ୫ ନମ୍ବର ୱାର୍ଡର ୮ ଏବଂ ୯ ନମ୍ବର ବୁଥ, ୱାର୍ଡ-୯ର ୧୬ ନମ୍ବର ବୁଥ ଏବଂ ୧୦ ନମ୍ବର ୱାର୍ଡରେ ୧୭ ଓ ୧୮ ନମ୍ବର ବୁଥରେ ଆଉ ତରେ ନିର୍ବାଚନ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ୫ ତାରିଖରେ ମତଦାନ ପରେ ୬ ତାରିଖ ଦିନ ଏହାର ଗଣତି କରାଯିବ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Get real time updates directly on you device, subscribe now.