fbpx

୧୬ ବର୍ଷ ପରେ ବୈଜ୍ଞାନିକଙ୍କୁ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ: ପ୍ଲୁଟୋରେ ହେଉଛି ବରଫ ଉଦଗୀରଣ

ନୂଆଦିଲ୍ଳୀ: ୧୬ ବର୍ଷ ପରେ ବୈଜ୍ଞାନିକଙ୍କୁ ମିଳିଛି ଆଶ୍ଚର୍ଯ୍ୟ କଲାଭଳି ସୂଚନା । ପ୍ଲୁଟୋ ଯାହାକୁକି ମୃତ ଗ୍ରହ ଭାବରେ ବିବେଚନା କରାଯାଉଥିଲା ସେଠାରେ ଦେଖିବାକୁ ମିଳୁଛି ବରଫ ଉଦ୍ଗୀରଣ । ଏହି ନୂତନ ଫଟୋ ସାମ୍ନାକୁ ଆସିବା ପରେ ବୈଜ୍ଞାନିକଙ୍କ ପାଇଁ ନୂତନ ଆଶାର ସଞ୍ଚାର ହୋଇଛି । ନ୍ୟୁ ହରିଜନ ମିଶନର ଅନ୍ତରୀକ୍ଷ ବିଜ୍ଞାନୀଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ନିକଟରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି କି ପ୍ଲୁଟୋରେ ଘଟିଥିବା ଉଦଗୀରଣ କାରଣରୁ ସୁଦୀର୍ଘ ବରଫର ପାହାଡ ସୃଷ୍ଟି ହୋଇଛି । ଏହା ସହିତ ଏକାଧିକ ଉଦଗୀରଣ ନହେଲେ ଏଭଳି ବରଫର ପାହାଡ ସୃଷ୍ଟି ହେବା ଅସମ୍ଭବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି ।

ନେଚର କମ୍ୟୁନିକେସନ ନାମକ ଜର୍ଣ୍ଣାଲରେ ଏହି ତଥ୍ୟ ପ୍ରକାଶ ପାଇଛି । ଏପରି ବରଫ ପାହାଡର ଉତ୍ଥାନ କାରଣରୁ ପ୍ଲୁଟୋର ଭୁପୃଷ୍ଠ ତଳେ ଏକ ମହାସାଗର ରହିଥିବା ପୂର୍ବାନୂମାନ କରାଯାଉଛି । ଏହି ମହାସାଗରର ଜଳସ୍ତରରୁ ବରଫ ସୃଷ୍ଟି ହେଉଥିବା ନେଇ ଜର୍ଣ୍ଣାଲରେ ଆଶଙ୍କା କରାଯାଇଛି । ଡ. କେଲସି ସିଙ୍ଗର ଏହି ରିସର୍ଚ୍ଚର ମୁଖ୍ୟ ରହିଛନ୍ତି । ସିଙ୍ଗର କହିଛନ୍ତି ୧୬ ବର୍ଷ ପୂର୍ବରୁ ପ୍ଲୁଟୋକୁ ମୃତ ଗ୍ରହ ଭାବରେ ବିବେଚନା କରାଯାଇଥିଲା । ମାତ୍ର ବର୍ତ୍ତମାନର ଚିତ୍ରକୁ ଦେଖିଲେ ଏହି ଗ୍ରହର ଅନ୍ତରୀଣ କ୍ଷେତ୍ର ବେଶ କିଛି ରହସ୍ୟମୟୀ ଜିନିଷ ଥିବାର ଅନୁମାନ ଲଗା ଯାଇପାରେ । ଏବେବି ସେଠାରେ ତାପମାତ୍ରାର କିଛି ଉତ୍ସ ରହିଥିବା ନେଇ ବୈଜ୍ଞାନିକ ମାନେ ଆଶା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.