fbpx

ୱିକେଟ ପୋଛି ନେଲେ ହସରଙ୍ଗା ଓ ହର୍ଷଲ: RCB ଆଗରେ ୧୨୯ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ମୁମ୍ବାଇର ଡି ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଉଥିବା ଚଳିତ ସଂସ୍କରଣର ଷଷ୍ଠ ମୁକାବିଲାରେ ଚମକ୍ରାର ବୋଲିଂ ପ୍ରଦର୍ଶନ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବାଙ୍ଗାଲୋର ପକ୍ଷରୁ ୱାନିନ୍ଦୁ ହସରଙ୍ଗା ଏବଂ ହର୍ଷଲ ପଟେଲ ଚମକ୍ରାର ବୋଲିଂ କରିଥିଲେ । ହସରଙ୍ଗା ମାତ୍ର ୨୦ ରନ ବ୍ୟୟରେ ୪ଟି ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ମାତ୍ର ୧୧ ରନରେ ଦୁଇଟି ୱିକେଟ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆକାଶ ଦୀପ୍ ୩ଟି ୱିକେଟ ନେଇଥିଲେ ହେଁ ଏଥିପାଇଁ ୪୫ ରନ ବ୍ୟୟ କରିଥିଲେ । ଘାତକ ବୋଲିଂ ଫଳରେ କୋଲକାତା ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୮ ରନ କରିଥିଲେ ।

ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ପକ୍ଷରୁ ଜଣେ ବି ବ୍ୟାଟ୍ସମ୍ୟାନ ଭଲ ରିଦିମ୍ ପାଇନଥିଲେ । ଆଜିଙ୍କ୍ୟ ରାହଣେ(୯), ଭେଙ୍କଟେଶ ଆୟର(୧୦), ଶ୍ରେୟସ ଆୟର(୧୩), ନୀତିଶ ରାଣା(୧୦) ପ୍ରମୁଖ ବିଫଳ ହେବା ସହିତ ଦଳ ମାତ୍ର ୬୭ ରନରେ ୬ ୱିକେଟ ହରାଇଥିଲା । ତେବେ ନିମ୍ନ ମଧ୍ୟକ୍ରମରେ ଡ୍ରେ ରସ୍ ୨୫ ରନ କରି ଦଳକୁ ଏକ ସମ୍ମାନ ଜନକ ସ୍କୋରରେ ପହଞ୍ଚାଇଥିଲେ । ଶେଷ ଆଡକୁ ଉମେଶ ଯାଦବ ୧୮ ଏବଂ ବରୁଣ ଚକ୍ରବର୍ତ୍ତୀ ଅପରାଜିତ ୧୦ ରନ କରିବାରୁ ଦଳ ୧୨୮ ରନ ଛୁଇଁ ପାରିଥିଲା ।

Get real time updates directly on you device, subscribe now.