fbpx

୫ଟି ଓ ମୋ ସରକାରକୁ ସୌମ୍ୟଙ୍କ ତେରଛା ବାଣ, ଜାଣନ୍ତୁ କ’ଣ କହିଲେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାର ପ୍ରଶ୍ନକାଳରେ ରାଜ୍ୟ ସରକାରଙ୍କ ୫ଟି ଓ ମୋ ସରକାର ବ୍ୟବସ୍ଥାକୁ ନେଇ ତେରଛା ବାଣ ମାରିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ୫ଟି ଦ୍ୱାରା ସରକାରୀ ବିଭାଗରେ ଜାତିଭେଦ ସୃଷ୍ଟି ହେଉଥିବା ସୌମ୍ୟ କହିଛନ୍ତି । ଏବେଇ ବିଧାନସଭାର ପ୍ରଶ୍ନକାଳରେ ବିଜେଡି ବିଧାୟକ ସୌମ୍ୟ ତେରଛା ବାଣ ମାରିଛନ୍ତି । ତାଙ୍କ କହିବା ମୁତାବକ, ୫ଟି ପ୍ରବେଶ ଦ୍ୱାରା ବିଭାଗର ପାରମ୍ପରିକ କାର୍ଯ୍ୟ ଗୁଡ଼ିକର ପ୍ରାଧାନ୍ୟ କମୁଛି । ଏହାଦ୍ୱାରା ପ୍ରଶାସନର ସ୍ୱଚ୍ଛତା ଓ ଦକ୍ଷତା ନେଇ ଆଗକୁ ପ୍ରଶ୍ନବାଚୀ ସୃଷ୍ଟି ହେବ । ଯେଉଁ ବିଭାଗରେ ୫ଟି ପଶୁଛି, ସେ ବିଭାଗରେ ଜାତିଭେଦ ସୃଷ୍ଟି ହେଉଛି କି ।’

ସବୁ କଥାରେ ‘ମୋ’ ଶବ୍ଦ ପ୍ରୟୋଗ ପ୍ରବଣତା ଟିକେ ଅଧିକ ହୋଇଯାଉଛି । ଯେଉଁଥିରେ ମୋ ଶବ୍ଦ ଲଗାଯାଉଛି, ସେଥିରେ ଆମେ ନିଜକୁ ସଂପୃକ୍ତି କରୁଛୁ । କିନ୍ତୁ ସେହି ଅନୁପାତରେ ସେଥିରେ ବିକାଶ କରୁଛୁ କି ନାହିଁ, ତାହାର ନିର୍ଦ୍ଦିଷ୍ଟ ଉତ୍ତର ନାହିଁ ବୋଲି ସୌମ୍ୟ କହିଛନ୍ତି ।

Get real time updates directly on you device, subscribe now.