fbpx

ରେକର୍ଡ ଭାଙ୍ଗିଲା ମାର୍ଚ୍ଚ ମାସର GST କଲେକ୍ସନ, ସଂଗ୍ରହ ହେଲା ଏତିକି କୋଟି…

ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ଜିଏସଟି ସଂଗ୍ରହ ବଢ଼ି ୧.୪୨ ଲକ୍ଷ କୋଟି ହୋଇଛି । ଯାହା ଏପର୍ଯ୍ୟନ୍ତ ଗୋଟିଏ ମାସରେ ସଂଗ୍ରହ ହୋଇଥିବା ଜିଏସଟିର ସବୁଠୁ ଅଧିକ କଲେକ୍ସନ । ମାର୍ଚ୍ଚର ଜିଏସଟି କଲେକ୍ସନ ଜାନୁଆରୀ ୨୦୨୨ ରେ ହୋଇଥିବା ଜିଏସଟି ସଂଗ୍ରହ(୧,୪୦,୯୮୬ ଲକ୍ଷ କୋଟି) ରେକର୍ଡକୁ ଭାଙ୍ଗି ଦେଇଛି । ମାର୍ଚ୍ଚ ୨୦୨୨ ର କଲେକ୍ସନ ଗତ ବର୍ଷ ମାର୍ଚ୍ଚର ଜିଏସଟି ସଂଗ୍ରହ ତୁଳନାରେ ୧୫ ପ୍ରତିଶତ ଅଧିକ ଏବଂ ୨୦୨୦ ମାର୍ଚ୍ଚରେ ଜିଏସଟି ସଂଗ୍ରହ ତୁଳନାରେ ୪୬ ପ୍ରତିଶତ ଅଧିକ ରହିଛି ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ସଂଗ୍ରହ ହୋଇଥିବା ଜିଏସଟି ମଧ୍ୟରେ ରହିଛି ସିଜିଏସଟି ସଂଗ୍ରହ ୨୫,୮୩୦ କୋଟି ଟଙ୍କା, ଏସଜିଏସଟି ୩୨,୩୭୮ କୋଟି, ଆଇଜିଏସଟି ୭୪,୪୭୦ କୋଟି ଟଙ୍କା ଏବଂ ସେସ ୯,୪୧୭ କୋଟି ଟଙ୍କା ସଂଗ୍ରହ ହୋଇଛି । ଆର୍ଥିକ ବର୍ଷ ୨୦୨୨ର ମାସିକ ଜିଏସଟି ସଂଗ୍ରହ ୧.୩୮ ଲକ୍ଷ କୋଟି ଟଙ୍କା ରହିଛି । ସରକାର କହିଛନ୍ତି ଯେ ଆର୍ଥିକ ସ୍ଥିତିରେ ସୁଧାର ଏବଂ ଜିଏସଟି ଫାଙ୍କିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଢ଼ିବା ଯୋଗୁଁ ଜିଏସଟି ସଂଗ୍ରହ ବଢ଼ିଛି ।

ଅର୍ଥ ମନ୍ତ୍ରାଳୟ ଅନୁଯାୟୀ ଜିଏସଟି ଇତିହାସରେ ଏହା ଚତୁର୍ଥ ସବୁଠୁ ଅଧିକ ଜିଏସଟି ସଂଗ୍ରହ । ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ମାସରେ ୧୪୦୯୮୬ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଥିଲା । ତାହା ପୂର୍ବରୁ ୨୦୨୧ ରେ ଜିଏସଟି କଲେକ୍ସନ ୧୩୯୭୦୮ କୋଟି ସଂଗ୍ରହ ହୋଇଥିଲା ଏବଂ ଏହା ପରେ ତୃତୀୟ ଥର ୨୦୨୨ ଫେବୃଆରୀରେ ତୃତୀୟ ଥର ସବୁଠୁ ଅଧିକ ଜିଏସଟି ୧୩୩୦୨୬ କୋଟି ଟଙ୍କା ସଂଗ୍ରହ ହୋଇଥିଲା ।

Get real time updates directly on you device, subscribe now.