fbpx

ଚୀନର ସାଙ୍ଘାଇ ସହରରେ କରୋନର ଭୟାବହ ସ୍ଥିତି, ପିଲାଙ୍କୁ ମା’ ବାପାଙ୍କ ଠାରୁ ରଖାଯାଉଛି ଅଲଗା, ଭୟରେ ଚୀନ ନାଗରିକ

ଚୀନରେ କରୋନା ଯୋଗୁଁ ହାହାକାର ପରିସ୍ଥିତି ଉପୁଜିଛି । ଖାସକରି ଚୀନର ଆର୍ଥିକ ମେରୁଦଣ୍ଡ କୁହାଯାଉଥିବା ସାଙ୍ଘାଇ ସହରରେ କରୋନା ଯୋଗୁଁ ଅବସ୍ଥା ଖରାପ ହେବାରେ ଲାଗିଛି । ଏମିତିରେ କରୋନାକୁ ରୋକିବାକୁ ଚୀନ ସରକାର କରୋନା କଟକଣାକୁ ଦ୍ୱିଗୁଣ କରିଛନ୍ତି । ଆଉ ଏଭଳି କଠୋର ପଦକ୍ଷେପ ଚୀନ ନାଗରିକଙ୍କୁ ଭୟଭୀତ କରିଛି । ରିପୋର୍ଟ ଅନୁଯାୟୀ କରୋନା ଯୋଗୁଁ ପିଲାମାନଙ୍କୁ ମା’ବାପାଙ୍କ ଠାରୁ ଅଲଗା କ୍ୱାରେଣ୍ଟାଇନରେ ରଖାଯାଉଛି । ଏମିତିକି ସେମାନଙ୍କର ଠିକଣା ମଧ୍ୟ ଦିଆଯାଉନାହିଁ । ଆଉ ସରକାରଙ୍କ ଏଭଳି କଠୋର ପଦକ୍ଷେପକୁ ନେଇ ଭୟରେ ଚୀନ ନାଗରିକ ।

ରିପୋର୍ଟ ଅନୁଯାୟୀ ମହାମାରୀର ଏହି ନୂଆ ଲହରରେ ଚୀନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ଫଳରେ ଚୀନର ସାଧାରଣ ନାଗରିକ ଭୟରେ ରହୁଛନ୍ତି । ସଂକ୍ରମିତ ହେବା ପରେ ପିଲାଙ୍କୁ ପିତାମାତାଙ୍କ ଠାରୁ ଅଲଗା କ୍ୱାରେଣ୍ଟାଇନରେ ରଖାଯାଉଛି ଏବଂ ସେମାନଙ୍କର ଠିକଣା ଗୁପ୍ତ ରଖାଯାଉଛି । ଅନେକ ପରିବାର ନେହୁରା ମଧ୍ୟ ହେଉଛନ୍ତି ହେଲେ ପ୍ରଶାସନ ସେଥିପ୍ରତି ଧ୍ୟାନ ଦେଉନଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ସାଙ୍ଘାଇ ସହରରେ ଗତ ୨୪ ଘଣ୍ଟାରେ ୬୩୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ୬୦୫୧ ବିନା ଲକ୍ଷଣ ସଂକ୍ରମିତ ଥିବାବେଳେ ୨୬୦ ସଂକ୍ରମିତଙ୍କ ଠାରେ ଲକ୍ଷଣ ଦେଖାଦେଇଛି ।

Get real time updates directly on you device, subscribe now.