ମହିଳା ବିଶ୍ୱକପ୍: ଫାଇନାଲରେ ୧୭୭ ରନ ସହିତ ରେକର୍ଡ ବୁକରେ ସାମିଲ ହେଲେ ଆଲିସା, ଆଇସିସି ଜାରି କଲା ଭିଡିଓ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଆଲିସା ହିଲି ଏକ ବିଶ୍ୱ ରେକର୍ଡ କରିଛନ୍ତି । ଆଲିସା ହିଲି ଇଂଲଣ୍ଡ ବିପକ୍ଷ ଫାଇନାଲ ମୁକାବିଲାରେ ୧୭୦ ରନ ସଂଗ୍ରହ କରିଥିଲେ । ୧୩୮ ବଲ ଖେଳିଥିବା ହିଲି ୧୭୦ ରନ କରିଥିବା ବେଳେ ୨୬ଟି ଚୌକା ମାରିଥିଲେ । ରାଚେଲ ହେନ୍ସ ୬୮ଙ୍କ ସହିତ ପ୍ରଥମ ୱିକେଟରେ ୧୬୦ ରନ ଯୋଡିଥିଲେ ହିଲି । ତେବେ ହିଲି ୧୭୦ ରନ କରିବା ସହିତ ଚଳିତ ବିଶ୍ୱକପରେ ୫୦୦ ରନ କରିଥିଲେ । ଏହା ସହିତ ପ୍ରଥମ ଥର ପାଇଁ ଜଣେ ମହିଳା ଖେଳାଳି ଗୋଟିଏ ସଂସ୍କରଣରେ ୫୦୦ ରନ କରିବାରେ ସକ୍ଷମ ହୋଇଛନ୍ତି । ପୂର୍ବରୁ ୧୯୯୭ ବିଶ୍ୱକପରେ ଡେବି ହକଲି ୪୫୬ ରନ କରି ଏହି ରେକର୍ଡ ନିଜ ନାମରେ ରଖିଥିଲେ ।

ରବିବାର ଖେଳାଯାଇଥିବା ଫାଇନାଲରେ ହିଲି ୧୦୦ ବଲରେ ନିଜ ଶତକ ପୂରା କରିଥିଲା । ୧୩୮ଟି ବଲରୁ ୧୭୦ ରନ୍ କରି ୪୬ ତମ ଓଭରରେ ଆନ୍ୟା ଶ୍ରବସୋଲଙ୍କ ବଲରେ ଷ୍ଟମ୍ପ ଆଉଟ ହୋଇଥିଲେ ହିଲି । ସେହିପରି ବିଶ୍ୱକପ ଫାଇନାଲରେ ୧୬୦ ରନର ଓପନିଂ ଭାଗିଦାରୀ କରିବା ସହିତ ଆଉ ଏକ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି ହିଲି ।

 

View this post on Instagram

 

A post shared by ICC (@icc)