fbpx

୨୦୨୩ ସୁଦ୍ଧା କ୍ଷମତାକୁ ଫେରିବ କଂଗ୍ରେସ: କେଟିଆରଙ୍କୁ ଜବାବ ଦେବାକୁ ଯାଇ ଟ୍ୱିଟ୍ କଲେ ଶିବକୁମାର

ନୂଆଦିଲ୍ଲୀ: ଦେଶରେ କଂଗ୍ରେସ ଦିନକୁ ଦିନ ମୂଳପୋଛ ହେବାକୁ ବସିଲାଣି । କେବଳ ଛତିଶଗଡ ଏବଂ ରାଜସ୍ଥାନକୁ ଛାଡିଲେ ଅନ୍ୟ କୌଣସି ସ୍ଥାନରେ ଦଳର ସତ୍ତା ନାହିଁ । ଏପରି ପରସ୍ଥିତିରେ ୨୦୨୩ରେ କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଲେଖିଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି କେ ଶିବକୁମାର । ୨୦୨୩ରେ ଦଳ ପୁଣି ଥରେ କର୍ଣ୍ଣାଟକର ଶାସନ କ୍ଷମତାକୁ ଫେରିବ ଏବଂ ଶ୍ରେଷ୍ଠ ସହର ଭାବରେ ବାଙ୍ଗାଲୋର ଏହାର ଗାରିମା ବଜାୟ ରଖିବ । ତେଲେଙ୍ଗାନା ଆଇଟି ମନ୍ତ୍ରୀ କେଟିଆରଙ୍କୁ ଜବାବ ଦେବାକୁ ଯାଇ ଏମିତି ଲେଖିଛନ୍ତି ଡିକେ ଶିବକୁମାର ।

ବେଙ୍ଗାଲୁରୁରେ ଷ୍ଟାର୍ଟଅପକୁ ନେଇ ଏଣ୍ଟ୍ରପ୍ରେନ୍ୟୁର ରବିଶ ନରେଶ ଟ୍ୱିଟ କରିଥିଲେ । ନରେଶ ଲେଖିଥିଲେ ଷ୍ଟାର୍ଟ ଅପ୍ ପାଇଁ ବେଙ୍ଗାଲୁରୁ ଆଉ ସୁଗମ ହେଇ ନାହିଁ । ବର୍ତ୍ତମାନ ବହୁତ ସାରା ସମସ୍ୟାରେ ଆମେ ଜର୍ଜରିତ ବୋଲି ସେ ଟ୍ୱିଟ କରିଥିଲେ । ସରକାର କୋଟି କୋଟି ଟଙ୍କାର ଟିକସ ଆଦାୟ କରୁଥିଲେ ହେଁ ଭାରତର ସିଲିକନ ଭ୍ୟାଲି ଭାବରେ ପରିଚିତ ବେଙ୍ଗାଲୁରୁ ଆଜି ବି ଅବହେଳିତ । ରାସ୍ତା ଏବଂ ପାଣି ପରି ସାଧାରଣ ସୁବିଧା ମଧ୍ୟ ଉପଲବ୍ଧ ନାହିଁ । ଏହାର ଉତ୍ତରରେ କେଟିଆର କହିଥିଲେ ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହାଇଦ୍ରାବାଦରେ ଅଛି । ଏଠିକାର ଭିତ୍ତିଭୂମି ଅତ୍ୟନ୍ତ ଚମକ୍ରାର ଏହା ସହିତ ସରକାର ମଧ୍ୟ ପୂର୍ଣ୍ଣ ସହଯୋଗର ରାସ୍ତା ପ୍ରଶସ୍ତ ରଖନ୍ତି । କେଟିଆରଙ୍କ ଏହି ଆମନ୍ତ୍ରଣକୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଥିଲେ ଡି କେ ଶିବକୁମାର । କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଲେଖିଥିଲେ ଆସନ୍ତା୨୦୨୩ ସୁଦ୍ଧା କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଫେରିବ । ଏହା ସହିତ ଦଳ ବେଙ୍ଗାଲୁରୁକୁ ଦେଶର ଶ୍ରେଷ୍ଠ ସହର ଭାବରେ ପ୍ରତିଷ୍ଠିତ କରିବ ।

Get real time updates directly on you device, subscribe now.