fbpx

(Video)ବିଜେଡିରେ ମିଶିଲେ ୩ନମ୍ବର ୱାର୍ଡର ସ୍ୱାଧୀନ କାଉନସିଲର, ଜାଣନ୍ତୁ କିଏ?

ଭଦ୍ରକ(ଓଡ଼ିଶା ଭାସ୍କର) : ଭଦ୍ରକ ବିଜୁ ଜନତା ଦଳରେ ଆଜି ସାମିଲ ହୋଇଛନ୍ତି ୩ ନମ୍ବର ୱାର୍ଡର ନବ ନିର୍ବାଚିତ ସ୍ୱାଧୀନ କାଉନସିଲର । ରାତି ପାହିଲେ ପୌରପାଳିକାର ଉପାଧ୍ୟକ୍ଷ ନିର୍ବାଚନ ଥିବା ବେଳେ ଆଜି ହୋଇଛି ଏହି ମିଶ୍ରଣ ପର୍ବ ।

ତିନି ନମ୍ବର ୱାର୍ଡରୁ ବିଜୟ ଲାଭ କରିଥିବା କାଉନସିଲର ଖଗେଶ୍ୱର ବାରିକ ଆଜି ବିଧି ବଧ ଭାବେ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ବାସଗୃହରେ ବିଜେଡିରେ ଯୋଗ ଦେଇଛନ୍ତି । ବିଧାୟକଙ୍କ ଉପସ୍ଥିତରେ ଆୟୋଜିତ ଉକ୍ତ ମିଶ୍ରଣ ପର୍ବରେ ୩ ନମ୍ବର କାଉନସିଲରଙ୍କ ସହ ଶତାଧିକ ସମର୍ଥକ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।

ରାଜ୍ୟ ସରକାର ଙ୍କ ବିକାଶ ମୂଳକ କାର୍ଯ୍ୟ ଓ ସଞ୍ଜୀବ ମଲ୍ଲିକଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ବିଜୟୀ ସ୍ୱାଧୀନ ପ୍ରାର୍ଥୀ । ଆଗାମୀ ଦିନରେ ବହୁ ବିକାଶ ମୂଳକ କାର୍ଯ୍ୟ ୩ ନ ୱାର୍ଡରେ କରାଯିବ ବୋଲି ବିଜେଡିରେ ମିଶିଥିବା ନବ ନିର୍ବାଚିତ କାଉନସିଲର ଜଣକ କହିଛନ୍ତି ।

ଅନ୍ୟପଟେ ସ୍ୱାଧୀନ ଭାବେ ବିଜୟ ଲାଭ କରିଥିବା କାଉନସିଲର ଆଜି ବିଜେଡିରେ ସାମିଲ ହେବା ଦ୍ୱାରା ଭଦ୍ରକ ବିଜେଡି ଆହୁରି ଶକ୍ତିଶାଳୀ ହେବା ସହ ଉକ୍ତ ୱାର୍ଡରେ ବିକାଶ ମୂଳକ କାର୍ଯ୍ୟ ଜାରି ରହିବ ବୋଲି ଭଦ୍ରକ ବିଧାୟକ କହିଛନ୍ତି । ଆଜିର ମିଶ୍ରଣ ପର୍ବରେ ଯୁବ ନେତା ପ୍ରୟାସକ୍ରାନ୍ତି ସାମଲଙ୍କ ସମେତ କାଉନସିଲର ଯୋଗ ଦେଇଛନ୍ତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.