fbpx

IPL-୧୫ରେ କ’ଣ ହେବ ମୁମ୍ବାଇ ଚେନ୍ନାଇଙ୍କ ଭବିଷ୍ୟତ?: ପ୍ରଥମ ୩ ମ୍ୟାଚ ହାରିବା ପରେ କ୍ୱାଲିଫାଏ କରିବେ କି ଏହି ଦଳ

ନୂଆଦିଲ୍ଳୀ: ଇଣ୍ଡିଆନ ପ୍ରିମିୟର ଲିଗର ଦୁଇ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ଚଳିତ ସିଜନରେ ବେସାହାରା ପାଲଟି ଯାଇଛନ୍ତି । ପ୍ରଥମ ତିନୋଟି ମ୍ୟାଚରେ ଉଭୟ ଦଳ ପରାଜୟ ବରଣ କରିଛନ୍ତି । ଏବେ ବି ସିଜନର ପ୍ରଥମ ବିଜୟକୁ ଅେପେକ୍ଷା କରି ରହିଛନ୍ତି ଉଭୟ ଦଳ ଏବଂ ପ୍ରଶଂସକ । ଚଳିତ ସିଜନରେ ୧୦ଟି ଟିମକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଥିବା ବେଳେ ଚେନ୍ନାଇ ଅଷ୍ଟମ ଏବଂ ନବମ ସ୍ଥାନରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଉଙ୍କି ମାରିଛି । ୩ଟି ମ୍ୟାଚ ହାରିବା ପରେ କ’ଣ କ୍ୱାଲିଫାଏ କରିପାରିବେ ମୁମ୍ବାଇ ଏବଂ ଚେନ୍ନାଇ ?

IPL 2022 Begins From March 26 BCCI Announces 2 Virtual Groups For All IPL Teams Check CSK MI Team Group | IPL 2022: चेन्नई सुपर किंग्स के ग्रुप में नहीं है मुंबई

ଲିଗ ମ୍ୟାଚରେ ପ୍ରତ୍ୟେକ ଦଳ ୧୪ଟି ଲେଖାଏଁ ମ୍ୟାଚ ଖେଳିବେ । ତେବେ ପ୍ରଥମ ତିନୋଟି ମ୍ୟାଚ ପରେ ମୁମ୍ବାଇ ଏବଂ ଚେନ୍ନାଇ ନିକଟରେ ଏବେ ୧୧ଟି ଲେଖାଏଁ ମ୍ୟାଚ ବାକି ରହିଛି । ତେଣୁ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରି ଉଭୟ ଦଳ ପୁଣି ଥରେ ଟୁର୍ଣ୍ଣାମେଣ୍ଟରେ କମବ୍ୟାକ କରିପାରିବେ । ତେବେ ଅନ୍ୟ ଦଳମାନଙ୍କ ଅପେକ୍ଷା ଏହି ଦୁଇ ଉପରେ ବିପଦ ଟିକିଏ ଅଧିକ ରହିବ । ଏହି ଟି-୨୦ ଲିଗ ଇତିହାସରେ ଏହି ଘଟଣା ଚେନ୍ନାଇ ସହ ପ୍ରଥମ ଥର ପାଇଁ ଘଟିଛି । ଯେଉଁଥିରେ ସିଏସକେ ଲିଗର ପ୍ରଥମ ତିନୋଟି ମ୍ୟାଚ ଲଗାତାର ଭାବେ ପରାଜୟର ସାମନା କରିଛି । ପୂର୍ବରୁ କୌଣସି ସିଜନରେ ପ୍ରଥମ ୩ଟି ମ୍ୟାଚରେ ହାର ମାନି ନଥିଲା ଚେନ୍ନାଇ ।

IPL 2022, CSK Vs PBKS: Live Streaming Details, Team News, Likely XIs, Head-To-Head

ତେବେ ରୋହିତଙ୍କ ମୁମ୍ବାଇ ଇଣ୍ଡିଅନ୍ସ ପୂର୍ବରୁ ଅନେକ ଥର ଏହି ପରିସ୍ଥିତିକୁ ସାମନା କରିଛି । ପୂର୍ବରୁ ୨୦୧୪ ଏବଂ ୨୦୧୫ରେ ପ୍ରଥମ ତିନୋଟି ମ୍ୟାଚ ହାରିବା ପରେ ମଧ୍ୟ ଦଳ ପ୍ଲେଅଫକୁ କ୍ୱାଲିଫାଏ କରିବାରେ ସକ୍ଷମ ହୋଇଥିଲା । ୨୦୧୪ରେ ପ୍ରଥମ ୫ଟି ଯାକ ମ୍ୟାଚ ହାରି କ୍ୱାଲିଫାଏରେ ପ୍ରବେଶ କରିଥିଲା । ସେହିପରି ୨୦୧୫ରେ ମଧ୍ୟ ଲଗାତାର ୪ଟି ମ୍ୟାଚରେ ପରାଜୟର ସାମନା କରିଥିଲା ମୁମ୍ବାଇ । ପୂର୍ବ ବର୍ଷ ପରି ଏଥର ମଧ୍ୟ କ୍ୱାଲିଫାଏ କରିବା ସହ ଫାଇନାଲରେ ଦ୍ୱିତୀୟ ଟ୍ରଫି ହାସଲ କରିଥିଲା ମୁମ୍ବାଇ ।

IPL 2022: Rohit Sharma's Passionate Dressing Room Speech After Mumbai  Indians' Defeat To KKR. Watch | Cricket News

Get real time updates directly on you device, subscribe now.