fbpx

ବିରାଟ-ଅନୁଜଙ୍କ ଦମଦାର ପାଳିରେ କମବ୍ୟାକ କଲା RCB : ପୁଣି ମୁମ୍ବାଇର ପ୍ରଥମ ବିଜୟ ସ୍ୱପ୍ନ ଧୂଳିସାତ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ୧୫୨ ରନର ଲକ୍ଷ୍ୟକୁ ମାତ୍ର ୧୯ ଓଭରରେ ହାସଲକ ରିଛି ବାଙ୍ଗାଲୋର । ଓପନର ଅନୁଜ ରାୱତ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଦମଦାର ପାଳି ଫଳରେ ଦଳ ୯ ବଲ ବାକି ଥାଇ ବିଜୟ ହାସଲ କରି ନେଇଛି । ଏହା ସହିତ ଚଳିତ ସିଜନରେ ମୁମ୍ବାଇ ପଲଟନର ପ୍ରଥମ ବିଜୟ ସ୍ୱପ୍ନ ମଧ୍ୟ ଧୂଳିସାତ ହୋଇଯାଇଛି । ୧୯ତମ ଓଭରରେ ୩ ୱିକେଟ ହରାଇ ୧୫୨ ରନ ସଂଗ୍ରହ କରି ମ୍ୟାଚକୁ କବଜା କରିଛି ଆରସିବି ।

୧୫୨ ରନର ପିଛା କରି ବାଙ୍ଗାଲୋର ତରଫରୁ ପାଳି ଆରମ୍ଭ କରିଥିଲେ ଅଧିନାୟକ ଫାଫ ଡୁପ୍ଲେସିସ ଏବଂ ଅନୁଜ ରାୱତ । ତେବେ ମାତ୍ର ୧୬ ରନ କରି ଉନଦକତଙ୍କ ଶିକାର ହୋଇ ଫେରି ଆସିଥିଲେ ଅଧିନାୟକ ଡୁ ପ୍ଲେସିସ । ଏହାପରେ ପଡିଆରେ ଅନୁଜ-ବିରାଟ ଯୋଡି ଦଳକୁ ବିଜୟ ଲକ୍ଷ୍ୟ ଆଡକୁ ନେଇ ଯାଇଥିଲେ । ୪୭ ବଲରୁ ୨ ଚୌକା ଏବଂ ୬ଛକା ସହିତ ୬୬ ରନର ଧମାଦାର ପାଳି ଖେଳିଥିଲେ ଅନୁଜ ରାୱତ । ତେବେ ତାଙ୍କ ସାଥ ଦେଇଥିଲେ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି । ୩୬ ବଲହେର ୫ଟି ଚୌକା ସହ ସେ ମଧ୍ୟ ମୂଲ୍ୟବାନ ୪୮ ରନ ସଂଗ୍ରହ କରିଥିଲେ । ତେବେ ୧୭ ତମ ଓଭରରେ ଅନୁଜ ରନ ଆଉଟ ହୋଇ ପାଭିଲିୟନ ପେରିତିବା ବେଳେ ୧୯ ତମ ଓଭରର ପ୍ରଥମ ବଳରେ ଅଉଟ ହୋଇଥିଲେ ବିରାଟ । ଏହାପରେ ଦୀନେଶ କାର୍ତ୍ତିକ ଏବଂ ଗ୍ଲେନ ମ୍ୟାକ୍ସୱେଲ ଦଳକୁ ବିଜୟ ଭେଟି ଦେଇଛନ୍ତି । କାର୍ତ୍ତିକ ୨ ବଲରେ ଗୋଟିଏ ଛକା ସହ ୭ ଏବଂ ମ୍ୟାକ୍ସୱେଲ ୨ ବଲରେ ୨ ଚୌକା ମାରି ୮ ରନ କରିଛନ୍ତି । ତେବେ ୧୫୨ ରନର ଟାର୍ଗେଟକୁ ହାସଲ କରିବା ମଧ୍ୟରେ ଦଳ ୩ ଟି ୱିକେଟ ହରାଇଛି ।

ସେପଟେ ମୁମ୍ବାଇ ପକ୍ଷରୁ ଡିୱାଲ୍ଡ ବ୍ରେଭିସ ଏବଂ ଜୟଦେବ ଉନାଦକତ ଗୋଟିଏ ଲେଖାଏଁ ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି । ତେବେ ବୁମରାହ, ବେସିଲ ଥାମ୍ପି ସମେତ ଅନ୍ୟ ବୋଲର ମଧ୍ୟ ୱିକେଟଶୂନ୍ୟ ରହିଛନ୍ତି । ଏହି ବିଜୟ ସହିତ ବାଙ୍ଗାଲୋର ଆଉ ୨ ମୂଲ୍ୟବାନ ପଏଣ୍ଟ ହାସଲ କରିତିବା ବେଳେ ମୁମ୍ବାଇ ଏବେ ବି ପ୍ରଥମ ପିଜୟକୁ ଅପେକ୍ଷା କରିଛି ।

Get real time updates directly on you device, subscribe now.