fbpx

ରାମନବମୀ ୨୦୨୨: ଏହି ଉପାୟରେ କରନ୍ତୁ ରାମଙ୍କ ପୂଜା, ମିଳିବ ସର୍ବସିଦ୍ଧି

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶ ପାଳନ କରୁଛି ରାମ ନବମୀ । ସମଗ୍ର ଦେଶରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମ ଦିବସକୁ ଶ୍ରୀରାମ ନବମୀ ଭାବରେ ପାଳନ କରାଯାଏ । ରାଜା ଦଶରଥ ଏବଂ କୌଶଲ୍ୟାଙ୍କ ଔରସରୁ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ଏହି ଦିନରେ ଉପଯୁକ୍ତ ବିଧି ଅନୁସାରେ ଶ୍ରୀରାମଙ୍କ ପୂଜା କରିବା ଦ୍ୱାରା ସକଳ ମନୋକାମନା ପୂରଣ ହୋଇଥାଏ ।

ଆଜିର ଦିନରେ ରାମଙ୍କ ପୂଜା କରିବା ପାଇଁ ଶୁଭ ମୂହୂର୍ତ୍ତ ଦିନ ୧୧.୦୬ ମିନିଟରୁ ଦ୍ୱିପ୍ରହର ୧.୩୯ ମିନିଟ ପର୍ଯ୍ୟନ୍ତ ରହିଛି ।

ପୂଜାବିଧି: ସକାଳୁ ସ୍ନାନ କରି ସ୍ୱଚ୍ଛ କପଡା ପରିଧାନ କରନ୍ତୁ । ପୂଜା ସ୍ଥଳରେ ରାମଲଲ୍ଲାଙ୍କ ପାଇଁ ଏକ ଆସନ ବା ଚୌକିର ବନ୍ଦୋବସ୍ତ କରନ୍ତୁ । ଉକ୍ତ ଆସନକୁ ଫୁଲ ଏବଂ ମାଳ ଦ୍ୱାରା ସଜାନ୍ତୁ ।

ଏହାପରେ ରାମ ଲଲ୍ଲାଙ୍କ ବାଳସ୍ୱରୂପର ମୂର୍ତ୍ତି ଅଥବା ଫଟୋକୁ ଆସନରେ ରଖନ୍ତୁ । ଶ୍ରୀରାମଙ୍କ ସହିତ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ଫଟୋ ରହିବା ନିହାତି ଆବଶ୍ୟକ ।

ଶୁଭ ମୂହୂର୍ତ୍ତରେ ରାମଙ୍କ ସହିତ ସମସ୍ତଙ୍କୁ ଫୁଲ, ଅକ୍ଷତ, ଚନ୍ଦନ, ଧୂପ, ଦୀପ, ଗନ୍ଧ, ଫଳ ମିଠା ଅର୍ପଣ କରି ପୂଜା କରନ୍ତି । ଏହି ସମୟରେ ପ୍ରଗତ କୃପାଳ, ଦୀନ ଦୟାଲ ଓ ଶ୍ରୀରାମ ସ୍ମୃତି ଜପ କରନ୍ତୁ । ଏହା ସହିତ ପ୍ରଭୁ ଶ୍ରୀରାମଙ୍କ ଚରଣରେ ତୁଳସୀ ପତ୍ର ଚଢାଇବାକୁ ଭୁଲନ୍ତୁ ନାହିଁ ।

ଏହାପରେ ଘିଅଦୀପରେ ରାମଲଲ୍ଲାଙ୍କୁ ପୂଜା କରନ୍ତୁ । ପୂଜା ସମୟରେ ଶ୍ରୀରାମଚରିତ ମାନସ, ରାମାୟଣ କିମ୍ବା ରାମ ରକ୍ଷା ସ୍ତୋତ୍ରର ଜପ କରନ୍ତୁ ।

ରାଂ ରାମାୟ ନମଃ । ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ସମସ୍ତ ଶୋକ ଓ ପୀଡାରୁ ରକ୍ଷା ମିଳିବା ସହିତ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହେବ ।

ଆଳତୀ ପରେ ପ୍ରସାଦ ବଣ୍ଟନ କରନ୍ତୁ । ନିଜେ ଫଳାହାର ପୂର୍ବକ ବ୍ରତ ରଖନ୍ତୁ ଏବଂ ଏହାକୁ ସମ୍ପୂର୍ଣ୍ଣ କରନ୍ତୁ ।

Get real time updates directly on you device, subscribe now.