କେନ୍ଦୁଝରରେ ସମସ୍ତ ଇଣ୍ଟରନେଟ୍ ସେବା ବନ୍ଦ, ଜାଣନ୍ତୁ କାହିଁକି

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝରରେ ସମସ୍ତ ନେଟୱର୍କର ଇଣ୍ଟରନେଟ ସେବା ବନ୍ଦ ରହିଛି । ଯୋଡ଼ାରେ ୨ ଗୋଷ୍ଠୀ ଗଣ୍ଡଗୋଳରୁ ଉତ୍ତେଜନା ଜାରି ରହିଛି, ଯାହାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଥିବା ସୂଚନା ମିଳିଛି । ଅଧିକ ଉତ୍ତେଜନା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସହରରେ ୧୪୪ ଧାରା ଜାରି ହେବା ସହ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ସୂଚନା ଅନୁସାରେ, ସମଗ୍ର କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଜିଲ୍ଲାର ସମସ୍ତ ନେଟୱର୍କ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ତେବେ କାଲି ଯୋଡ଼ା ମାର୍କେଟରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଆକ୍ରମଣରେ ଉଭୟ ଗୋଷ୍ଠୀରୁ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି ।