ନୂଆଦିଲ୍ଲୀ: ଆଇପିଏଲର ୨୧ ତମ ମୁକାବିଲାରେ ପରସ୍ପର ସମ୍ମୁଖୀନ ହୋଇଥିଲେ ଗୁଜରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚକୁ ୮ ୱିକେଟରେ ଜିତି ନେବା ସହିତ ଟାଇଟାନ୍ସର ବିଜୟ ରଥକୁ ରୋକିଥିଲା ସନରାଇଜର୍ସ । ୧୬୩ ରନର ପିଛା କରୁଥିବା ସନରାଇଜର୍ସ ୫ଟି ବଲ ବାକିଥାଇ ୮ ୱିକେଟରେ ମ୍ୟାଚ୍ ଜିତି ନେଇଥିଲା । ଏହି ମ୍ୟାଚରେ ବରିଷ୍ଠ ଭାରତୀୟ ପେସ୍ ବୋଲର ମହମ୍ମଦ ଶାମିଙ୍କୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗାଳି କରିଥିବା ବେଳେ ଏହାର ଭିଡିଓ ଭାଇରାଲ ହୋଇଛି ।
ମ୍ୟାଚର ୧୩ ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ ପାଣ୍ଡ୍ୟା । ଦ୍ୱିତୀୟ ସ୍ପେଲ ବୋଲିଂ କରୁଥିବା ପାଣ୍ଡ୍ୟାଙ୍କୁ ଲଗାତାର ଦୁଇଟି ଛକା ମାରିଥିଲେ କେନ୍ ୱିଲିୟମସନ୍ । ଦ୍ୱିତୀୟ ଓ ତୃତୀୟ ବଲରେ ଦୁଇଟି ଛକା ପଡିବା ପରେ ଚତୁର୍ଥ ବଲକୁ ମଧ୍ୟ ପୁଲ ମାରିବାକୁ ପ୍ରୟାସ କରିଥିଲେ ୱିଲିୟମସନ୍ ।
ଟପ୍ ଏଜ୍ ନେଇ ବଲଟି ଥାର୍ଡମ୍ୟାନକୁ ଯାଇଥିଲା । ଥାର୍ଡମ୍ୟାନରେ ଫିଲ୍ଡିଂ କରୁଥିବା ଶାମି କ୍ୟାଚ ଠାରୁ ଦୂରରେ ଥିଲେ । କ୍ୟାଚ୍ ଧରିବା ଅସମ୍ଭବ ଲାଗୁଥିବା ବେଳେ ଶାମି ବାଉଣ୍ଡ୍ରୀ ବଞ୍ଚାଇବା ଉପରେ ଫୋକସ କରିଥିଲେ । ତେବେ ଶାମିଙ୍କ ଉପରେ ରାଗି ଯାଇଥିଲେ ପାଣ୍ଡ୍ୟା । ଏହାପରେ ସେ ରାଗରେ ଗାଳି କରୁଥିବାର ଦୃଶ୍ୟ ଭାଇରାଲ ହୋଇଥିଲା ।
ହାର୍ଦ୍ଦିକଙ୍କ ଏପରି ବ୍ୟବହାରକୁ ନେଇ ଦର୍ଶକ ମାନେ ବେଶ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ହାର୍ଦ୍ଦିକଙ୍କୁ ଟ୍ରୋଲ କରିବା ସହିତ ସମାଲୋଚନା କରିଥିଲେ । ଜଣେ ୟୁଜର ଲେଖିଥିଲେ ହାର୍ଦ୍ଦିକ ତୁମେ ଜଣେ ବେକାର କ୍ୟାପଟେନ୍ । ନିଜ ଦଳୀୟ ଖେଳାଳି ତଥା ଶାମିଙ୍କ ପରି ସିନିୟର ଖେଳାଳିଙ୍କୁ ସମ୍ମାନ ଦେଇ ଶିଖ । ଭାରତୀୟ ଦଳ ପାଇଁ ଶାମି ଯାହା କରିଛନ୍ତି ତୁମେ ତାର ଅଧା ବି କରିନାହଁ ତେଣୁ ବ୍ୟବହାର ଠିକ୍ କର । ଅଧିନାୟକ ହେବାର ଯୋଗ୍ୟତା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ନାହିଁ ବୋଲି ଜଣେ ୟୁଜର ଲେଖିଛନ୍ତି ।
Dear Hardik, you are a terrible captain. Stop taking it out on your teammates, particularly someone as senior as Shami. #IPL #IPL2022 #GTvsSRH pic.twitter.com/9yoLpslco7
— Bodhisattva #DalitLivesMatter ???️? (@insenroy) April 11, 2022