ସହିପାରିଲେନି ଗାଁ ଯୁବକର ଅତ୍ୟାଚାର । ଶେଷରେ ନେଲେ ଆତ୍ମହତ୍ୟା ନିଷ୍ପତି । ଆଉ ମୃତ୍ୟୁ ପୁର୍ବରୁ ଛାଡ଼ି ଦେଇଗଲେ ଦୁଇ ଫର୍ଦ୍ଧର ଆତ୍ମହତ୍ୟା ନୋଟ । ଏଥିରେ ସେ ଗାଁ ଯୁବକର ନାମ ଲେଖିବା ସହିତ ତାର କୁକର୍ମ ତଥା ସେ କରିଥିବା ବ୍ଲକମେଲିଂ ବିଷୟରେ ସୂଚନା ମଧ୍ୟ ଦେଇଯାଇଛନ୍ତି । ପୋଲିସ ଅତ୍ମହତ୍ୟା ନୋଟକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସ ଏହି ଘଟଣାରେ ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ଗିରଫ କରି ନାହିଁ ।
ଏହି ଘଟଣା ଦେହାତ୍ ଅଞ୍ଚଳର କରବାଇ ଗାଁର । ମୃତକ ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ରବିବାର ସନ୍ଧ୍ୟାରେ ସେ ଏକ ରୁମରେ ପଶି ରଶି ଦେଇ ଆତ୍ମହତ୍ୟା କରିଥିଲେ । କିଛି ସମୟ ପରେ ଯୁବତୀଙ୍କ ଛୋଟ ଭାଇ କବାଟ ଖୋଲିବାକୁ ଚାହିଁଥିଲା, କିନ୍ତୁ କବାଟ ଭିତର ପଟରୁ ବନ୍ଦ ଥିଲା । ପରେ ଘର ଲୋକେ କବାଟ ଭାଙ୍ଗି ଦେଖିଲା ବେଳକୁ ସବୁକିଛୁି ଶେଷ ହୋଇସାରିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପୋଲିସକୁ ଘଟଣା ସ୍ଥଳରୁ ଏକ ଆତ୍ମହତ୍ୟା ନୋଟ ମିଳିଥିଲା । ଆତ୍ମହତ୍ୟା ନୋଟରେ ଯୁବତୀ ଜଣକ ନିଜ ଭାଇ ଉଦେଶ୍ୟରେ ଲେଖିଥିଲେ ମା’ର ଧ୍ୟାନ ରଖିବୁ । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ମୃତକଙ୍କ ଭାଇ କହିଛନ୍ତି ଯେ ଗାଁର ଯୁବକ ତାଙ୍କୁ କଲେଜ ଯିବା ଆସିବା ସମୟରେ ହଇରାଣ ହରକତ କରୁଥିଲେ ।
ସୂଚନା ଅନୁସାରେ ଯୁବତୀ ଜଣକ ତାଙ୍କ ପରିବାରରେ ଚାରି ଭାଉଣିରେ ସବୁଠୁ ସାନ ଥିଲେ । ଘଟଣା ସମୟରେ ତାଙ୍କ ମା ଏକ ବନ୍ଧୁଙ୍କ ଘରକୁ ଯାଇଥିଲେ । ଥାନାଧିକାରୀ କହିଛନ୍ତି ଯେ ଯୁବତୀ ଜଣକ ତାଙ୍କ ଗାଁର ଜଣେ ଯୁବକଙ୍କ ଉପରେ ଆରୋପ ଲଗାଇଛନ୍ତି । ପୋଲିସ କହିଛି ଯେ ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି । ସବିଶେଷ ଅନୁସନ୍ଧାନ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଯୁବତୀ ଜଣକ ଆତ୍ମହତ୍ୟା ନୋଟରେ ଲେଖିଛନ୍ତି …. ଗୁଡ଼ିଆ ମୁଁ ତୁମ ପାଖକୁ ଆସି ସବୁକିଛି କହିବାକୁ ଚାହୁଁଥିଲ । … ତୁମେ ମୋ ପାଇଁ କଣ କରୁଛ? ଦୟାକରି ମୋତେ କ୍ଷମା କରନ୍ତୁ। ମୁଁ ତୁମକୁ ଜୀବନ୍ତ ଛାଡୁଛି ମୁଁ ସାର୍ ଙ୍କୁ କହିଲି ଯେ … ମୋତେ ବ୍ଲାକମେଲ କେହି ଜଣେ କରୁଛି । କିନ୍ତୁ ମୋ ସହିତ କ’ଣ ଘଟୁଛି ମୁଁ ସେମାନଙ୍କୁ କିପରି କହିବି? ସାର୍ ମୋତେ ଭୁଲ୍ ଶିଖାଇ ନାହାଁନ୍ତି । ସର୍ବଦା ଭଲ ଶିକ୍ଷା ଦେଇଛନ୍ତି । ମୁଁ ମଧ୍ୟ ତାହା କଲି ମୁଁ କଣ କରିବି ମୋର ମୃତ୍ୟୁ ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା । ଏହା ବ୍ୟତୀତ, ଆତ୍ମହତ୍ୟା ନୋଟ ଶେଷରେ, ଏହା ବଡ ଅକ୍ଷରରେ ରକ୍ତ ସହିତ ଯୁବତୀ ଜଣକ ନିଜ ଭାଇ ଉଦେଶ୍ୟରେ ଲେଖିଥିଲେ ମାର ଧ୍ୟାନ ରଖିବୁ ।