କୌଣସି ଚାକିରିଆକୁ ଦେଖି… ମୁଁ ଯାଉଛି: ପତ୍ନୀଙ୍କୁ ଶେଷ ଏବଂ ଇମୋସନାଲ ମେସେଜ ଦେଇ ସ୍ୱାମୀଙ୍କ ଆତ୍ମହତ୍ୟା

ଭୋପାଲ: ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଜଣେ ୩୫ ବର୍ଷୀଙ୍କ ଜୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆତ୍ମହତ୍ୟା କରିବାରୁ ସେ ତାଙ୍କ ପତ୍ନୀଙ୍କ ପାଇଁ ଏକ ମେସେଜ ଲେଖିଯାଇଥିଲେ । ଜୀବନର ଶେଷ ସମୟରେ ସ୍ତ୍ରୀଙ୍କ ପ୍ରତି ଭଲପାଇବା ତାଙ୍କ ପାଖରେ ଦେଖିବାକୁ ମିଳିଛି । ମୃତ୍ୟୁର କୋଳକୁ ଯିବା ପୂର୍ବରୁ ସେ ତାଙ୍କ ପତ୍ନୀଙ୍କ ଶୁଭକାମନା କରିଛନ୍ତି । ମହିଳାଙ୍କ ହ୍ୱାଟ୍ସଆପକୁ ଯାଇଥିବା ଏହି ମେସେଜ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ମେସେଜରେ ମୃତକ ଜଣକ ହୃଦୟର ସମସ୍ତ କଥା ବର୍ଣ୍ଣନା କରିଛନ୍ତି । ସେ ତାଙ୍କ ପତ୍ନୀଙ୍କୁ ଲେକିଛନ୍ତି ଯେ, ମୁଁ ଯାଉଛି, ତୁମେ ଭଲରେ ରୁହ । କେହି ଜଣେ ଚାକିରିଆକୁ ଦେଖି ବିବାହ କରି ନେବ । ଏମିତି ମେସେଜ ପଠାଇବା ପରେ ବ୍ୟକ୍ତିଜଣକ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁସାରେ, ହରଦା ଛିନ୍ଦୱାଡା ନିବାସୀ ସତୀଶ ବିଝାଡେଙ୍କ ବିବାହ ୨୦୨୦ ମସିହାରେ ଟିମରନୀ ସମୋତାଙ୍କ ସହ ହୋଇଥିଲା । ସମୋତା ବନ ବିଭାଗରେ ବନରକ୍ଷକ ପଦରେ ଥିବା ବେଳେ ସତୀଶ ବି.ଟେକ ସାରି ବେରୋଜଗାର ଥିଲେ । ତେଣୁ ବିବାହ ପରଠାରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା । ଏହି ବିବାଦ ଛାଡପତ୍ର ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଯାଇଥିଲା । ତେବେ ଗତ ୧୫ ତାରିଖରେ ସମୋତା ରହଟଗାଓଁ ଯାଇଥିବା ବେଳେ ସତୀଶ ଘରେ ଥିଲେ । ସେଦିନ ବିଳମ୍ପିତ ରାତି ୧ଟା ରେ ପତ୍ନୀଙ୍କୁ ସେ କିଛି ମେସେଜ କରିଥିଲେ ଯାହାର ଉତ୍ତର ଦେଇ ନଥିଲେ ସମୋତା । ରବିବାର ସକାଳୁ ମେସେଜର ଉତ୍ତର ଦେବା ସହ ଅନେକ ଥର କଲ ମଧ୍ୟ କରିଥଇଲେ । କିନ୍ତୁ କଲ କିମ୍ବା ମେସେଜର କୌଣସି ଉତ୍ତର ଦେଇ ନଥିଲେ ସତୀଶ । ପରେ ହରଦା ପହଞ୍ଚି ପ୍ରଥମେ ୧୦୦କୁ କଲ କରିଥିଲେ ସମୋତା । ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲି ଦେଖିଲେ ଯେ ସତୀଶ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଶବ ନିକଟରୁ ୨ ଫର୍ଦ୍ଦର ଏକ ସୁଇସାଇଡ ନୋଟ ମଧ୍ୟ ପାଇଛି ପୋଲିସ ।