ପିଲାଙ୍କ ସୁରକ୍ଷା ପାଇଁ ନୂଆ ପଦକ୍ଷେପ: ଏଥର ସ୍କୁଲ ପିଲାଙ୍କ ଗାଡି ମଧ୍ୟ ଯାଞ୍ଚ କରାଯିବା ନେଇ ନିଷ୍ପତ୍ତି

ଭୁବନେଶ୍ୱର: ଏଣିକି ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡି ବି ହେବ ଯାଞ୍ଚ । ଏହା ସହିତ ଅନ୍ୟାନ୍ୟ ଲାଇଟ ଭେହିକିଲଗୁଡିକୁ ମଧ୍ୟ ଯାଞ୍ଚର ପରିସରଭୁକ୍ତ କରାଯିବ । ଏ ନେଇ ସମସ୍ତ ଆଞ୍ଚଳିକ ପରିବହନ ଅଫିସକୁ ନୋଟିସ ଜାରି କରାଯାଇଛି । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏହି ଗାଡି ସବୁକୁ ଯାଞ୍ଚ କରି ୨୮ରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛି ଏସଟିଏ ।

ପରିବହନ ବିଭାଗ ତରଫରୁ ନିଆଯାଇଛି ଏକ ବଡ ନିଷ୍ପତ୍ତି । ସ୍କୁଲ ପିଲାମାନଭ୍କୁ ନେଇ ଯିବା ଆସିବା କରୁଥିବା ବସ ଏବଂ ଅନ୍ୟାନ୍ୟ ଲାଇଟ ଭେଇକିଲଗୁଡିକୁ ଯାଞ୍ଚ କରାଯିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଗାଡି ଗୁଡିକର ଫିଟନେସ, ପରମିଟ, ବୀମା ଇତ୍ୟାଦି ଯାଞ୍ଚ କରାଯିବାକୁ ଲାଗୁ ହୋଇଛି ନୂଆ ନିୟମ । ଧାର୍ଯ୍ୟ ହୋଇଥିବା ନିୟମଠାରୁ ଅଧିକ ପିଲାଙ୍କୁ ନେଇ ଯାଉଥିଲେ ଜରିମାନା ବାଧ୍ୟତାମୂଳକ ରହିବ ବୋଲି ଚେତାବନୀ ଦିଆଯାଇଛି । ଛୋଟ ପିଲାଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ଏକ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଏସଟିଏ ପକ୍ଷରୁ ସମସ୍ତ ଆଞ୍ଚଳିକ ପରିବହନ ଅଫିସକୁ ନୋଟିସ ଜାରି କରାଯାଇଛି । ଆସନ୍ତା ୨୦ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଗାଡି ଯାଞ୍ଚ କରିବା ସହ ୨୮ ତାରିଖରେ ଏହାର ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଏସଟିଏ ।