ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିରାଜ ସିଂ ଚୌହ୍ୱାନ ଏକ ବିବାହ ଉତ୍ସବରେ ଖସିପଡ଼ିଥିବା ଘଟଣା ସାମ୍ନାକୁ ଆସିଛି । ଏହି ସମୟରେ ସାଙ୍ଗରେ ଚାଲୁଥିବା ସୁରକ୍ଷାକର୍ମୀ ଶୀଘ୍ର ତାଙ୍କୁ ଉଠାଇଦେଇଥିଲେ ଓ ସମସ୍ତେ ପୁଣି ଆଗକୁ ଚାଲିଥିଲେ । ଉତ୍ତରାଖଣ୍ଡର ଉଧମ ସିଂହ ନଗରର କାଶିପୁରରେ ଥିବା ଏକ ବଡ଼ ହୋଟେଲରେ ଏହି ଘଟଣା ଘଟିଥିଲା ।
ଜିଲ୍ଲାର କାଶୀପୁରରେ ସୋମବାର ଦିନ ଭାରତୀୟ ଜନତା ପାର୍ଟିର ଜାତୀୟ ସହ-ସାଧାରଣ ସମ୍ପାଦକ ଶିବ ପ୍ରକାଶଙ୍କ ଭଣଜାଙ୍କ ବିବାହ ପାଇଁ ଏକ ଭୋଜି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଭାଗ ନେବାକୁ ଦେଶର ଅନେକ ରାଜ୍ୟରୁ ବିଜେପିର ମୁଖ୍ୟମନ୍ତ୍ରୀ ଓ ବଡ ନେତାମାନେ ଆସିଥିଲେ । ସେହିି ଅତିଥିମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ମଧ୍ୟ ସାମିଲ ହୋଇଥିଲେ ।
ଏହି ସମୟରେ ଦେଖାଗଲା ଯେ, ମୁଖ୍ୟମନ୍ତ୍ରୀ ଶିବରାଜ ଭୋଜି କାର୍ଯ୍ୟକ୍ରମକୁ ଯିବା ମାତ୍ରେ ହଠାତ୍ ପାହାଚ ଉପରେ ଖସିପଡି ତଳେ ପଡ଼ିଯାଇଥିଲେ । ଯାହାକି ତାଙ୍କ ସହ ଥିବା ବିଜେପି କର୍ମୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଅବଶ୍ୟ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ଉଠାଇ ନେଇଥିଲେ ଓ ଆଗକୁ ବଢ଼ିଥିଲେ ।
#Uttarakhand: उत्तराखंड में BJP नेता के भतीजे के शादी समारोह में सीएम शिवराज सिंह चौहान सीढ़ियों से फिसलकर गिरे।
@ChouhanShivraj @BJP4UK
#Wedding #Accident #BJP #LatestVideo #Today pic.twitter.com/MKmpyo204Q— India Voice (@indiavoicenews) April 19, 2022