fbpx

ଫଟାଫଟ୍ ସମାଧାନ ହେବ ମାମଲା, ଏମିତି ସତ ଓଗାଳିବେ ଅପରାଧୀ

ପୋଲିଏ ଏବଂ ବିଭିନ୍ନ ଯାଞ୍ଚ ଏଜେନ୍ସି କୌଣସି ଅଭିଯୁକ୍ତଠୁ ସତ ବାହାର କରିବା ଲାଗି ଥାର୍ଡ ଡିଗ୍ରୀ ବ୍ୟବହାର କରିଥାନ୍ତି । ବର୍ତ୍ତମାନ କେନ୍ଦ୍ରିୟ ଗୃହମନ୍ତ୍ରାଳୟ ଏପରି ମେକାନିଜିମ ଉପରେ କାର୍ଯ୍ୟ କରୁଛି, ଯେଉଁଥିରେ ଥାର୍ଡ ଡିଗ୍ରୀର ଆବଶ୍ୟକତା ରହିବ ନାହିଁ । ଏବେ ଏକ ନୂଆ ଉପାୟରେ ଅପରାଧି ମାନଙ୍କଠାରୁ ସତ ଆଦାୟ କରାଯିବ ।

କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଦେଶର ପୋଲିସ ଯାଞ୍ଚ ପଦ୍ଦତିରେ ଅମୁଳଚୁଳ ପରିବର୍ତ୍ତନ କରାଯିବ । ଏହାପରେ ତଦନ୍ତ ଥାର୍ଡ ଡିଗ୍ରୀ ଉପରେ ନୁହେଁ ବରଂ ତଥ୍ୟ ଓ ସୂଚନା ଉପରେ ନିର୍ଭରଶୀଳ ହେବ । ତେବେ ଏହି ପରିବର୍ତ୍ତନ ଆଣିବା ଲାଗି ତଥ୍ୟ ସଂଗ୍ରହ କରିବାକୁ ପଡ଼ିବ । ଏପରିକି ଡିଜିଟାଲ ଫରେନସିଂକରେ ମଧ୍ୟ ଦକ୍ଷତା ହାସଲ କରିବାକୁ ପଡ଼ିବ ।

କେନ୍ଦ୍ରୀୟ ଗୃହମନ୍ତ୍ରୀ କହିଛନ୍ତି ଯେ ଦେଶରେ ନିଶା ଦ୍ରବ୍ୟ ଚାଲାଣ, ହତିଆର ଚୋରା କାରବାର, ଜାଲ ନୋଟ, ବମ୍ ବିସ୍ପୋରଣ, ଟେରର୍ ଫଣ୍ଡି, ଆଦି ବିଷୟର ଡାଟାବେଶ୍ କରିବାକୁ ଏଏନଆଇକୁ ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି । ଏହାର ଆରମ୍ଭ ବହୁତ୍ ଭଲ ଭାବରେ ହୋଇଛି ବୋଲି ସେ କହିଛନ୍ତି । ଯଦି ଏହା ରାଷ୍ଟ୍ରିୟ ଡାଟାବେଶ୍ ପ୍ରସ୍ତୁତ ହୁଏ, ତେବେ ଏହା ପୋଲିସର ମଧ୍ୟ ବହୁତ୍ କାର୍ଯ୍ୟରେ ଆସିବ ବୋଲି ସେ କହିଛନ୍ତି ।

 

Get real time updates directly on you device, subscribe now.