fbpx

୧୯୬ ପୋଲିସ ପଦବୀକୁ ମଞ୍ଜୁରୀ : ଏହି ସବୁ ପଦକୁ ମିଳିଲା ମୁଖ୍ୟମନ୍ତ୍ରୀ ନବୀନଙ୍କ ଗ୍ରୀନ ସିଗନାଲ

ଭୁବନେଶ୍ୱର : ଓଡିଶା ପୋଲିସର ସ୍ଥାୟୀ ଆଉଟପୋଷ୍ଟ ପାଇଁ ୧୯୬ଟି ପୋଲିସ ପଦବୀକୁ ମୁଖ୍ୟମନ୍ତ୍ରଙ୍କ ଗ୍ରୀନ ସିଗନାଲ ମିଳିଛି । ଏଥି ମଧ୍ୟରେ ୨୮ଟି ସବ ଇନ୍ସପେକ୍ଟର ଏବଂ ୧୬୮ଟି କନେଷ୍ଟବଳ ପଦବୀକୁ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ପୋଲିସ ବିଭାଗର ଅନ୍ୟାନ୍ୟ ପଦବୀ ଗୁଡିକର ପୁନଃ-ବଣ୍ଟନ ଦ୍ୱାରା ସୃଷ୍ଟି କରାଯାଇଛି ଏହି ପଦବୀ । ଏହାଦ୍ୱାରା ସମୁଦାୟ ୧୯୬ଟି ନୂତନ ପଦବୀ ପାଇଁ ଶୂନ୍ୟସ୍ଥାନ ହୋଇଛି ।

ଆଗକୁ ଏହି ନୂତନ ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଜ୍ୟର ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟରେ ନିଯୁକ୍ତି ଦିଆଯିବ । ପ୍ରତ୍ୟେକ ଆଉଟପୋଷ୍ଟରେ ଜଣେ ସବ ଇନ୍ସପେକ୍ଟର ଏବଂ ୬ ଜଣ ଲେଖାଏଁ କନେଷ୍ଟବଳ ନିୟୋଜିତ ହେବେ। ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧୀକ ଅନୁସନ୍ଧାନ କ୍ଷେତ୍ରରେ ଦାୟିତ୍ବ ନିର୍ବାହ କରିବେ ନିୟୋଜିତ ହୋଇତିବା ପୋଲିସ କର୍ମଚାରୀ ।

ଏଭଳି ହେଲେ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରହିବା ସହ ଅପରାଧିକ ମାମଲାରେ ମଧ୍ୟ ହ୍ରାସ ଘଟିବ ବୋଲି ଆଶା କରାଯାଉଛି । ଓଡିଶାର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ଏହି ନୂତନ ପଦବୀ ଗୁଡିକ ରାଜ୍ୟ ସରକାରଙ୍କ ଙଜଠ ବମଗ୍ଧ ସମେତ ନିଯୁକ୍ତି ନିୟମାବଳୀର ଅନ୍ୟ ସମସ୍ତ ବ୍ୟବସ୍ଥା ଅନୁଯାୟୀ ପୂରଣ କରାଯିବ।

Get real time updates directly on you device, subscribe now.