fbpx

ମାଲକାନଗିରି ଗ୍ରସ୍ତରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଭିନ୍ନ ରେଳ ଲାଇନ୍ କାର୍ଯ୍ୟ ଅଗ୍ରଗତିର କଲେ ସମିକ୍ଷା

ମାଲକାନଗିରି ତା:- ୨୨/୦୪ ମାଲକାନଗିରି ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ରେଳ,ଯୋଗାଯୋଗ, ଇଲକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆସି ଜିଲ୍ଲା ସଦର ମହକୁମା ଠାରେ ନୂତନ ମୁଖ୍ୟ ଡାକଘର କୁ ଭରଚୁଆଲ ଭାବେ ଉଦ୍ଘାଟନ କରିଛନ୍ତି । ପରେ ପରେ ମନ୍ତ୍ରୀ ଡିଆରଡ଼ିଏ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ।

ଏହି ସମୟରେ ସେ ମାଲକାନଗିରି-ଭଦ୍ରାଚଳମ୍ ପର୍ଯ୍ୟନ୍ତ ରେଳ ଲାଇନ କାର୍ଯ୍ୟ ଆଗ୍ରଗତିର ସମିକ୍ଷା କରିଥିଲେ । ୨୦୨୧ ମସିହାରେ ୧୭୩.୪୧୬ କିମି ଲାଇନ୍ କୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଯାହାର ଆନୁମାନିକ ମୁଲ୍ୟ ୨୮୦୦ କୋଟି । ଏହି ପ୍ରକଳ୍ପରେ ଓଡ଼ିଶାରେ ୬ଟି ଷ୍ଟେସନ୍ ନିର୍ମାଣ କରାଯିବ । ଏହି କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ସର୍ଭେକୁ ଜେର୍ଦାର କରାଯାଇଛି । ସର୍ଭେପାଇଁ ଆନୁମାନିକ ମୁଲ୍ୟ ୩୦୭.୬୪ କୋଟି ଟଙ୍କା ଗତ ଜାନୁଆରୀରେ ମଞ୍ଜୁର କରାଯାଇଥିଲା । ମନ୍ତ୍ରୀ କହିଛନ୍ତି ଯେ, ଯଦି ଜମି ଅଧିଗ୍ରହଣ ଖୁବ୍ ଶିଘ୍ର ଶେଷ ହୋଇଯାଏ । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟ ଆରମ୍ଭ ହୋଇଯିବ ।

ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀଙ୍କ ସହ ରାଜ୍ୟ ଡାକ ବିଭାଗର ମୁଖ୍ୟ ଅଧିକାରୀ,ପୂର୍ବତନ ସାଂସଦ ନବରଙ୍ଗପୁର ବଳଭଦ୍ର ମାଝୀ , ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି , ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ,ପିଡ଼ି ଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ, ଉପ ଜିଲ୍ଲାପାଳ ଅଖୟ କୁମାର ଖେମୁଣ୍ଡୁ ମାଲକାନଗିରି ଙ୍କ ସହ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ପରେ ସସ୍କୃତି ଭବନ ଠାରେ ମନ୍ତ୍ରୀ ଜିଲ୍ଲା ବିଜେପି କାର୍ୟ୍ୟକର୍ତ୍ତା ମାନଙ୍କ ସହ ଆଲୋଚନା କରିବା ସହ ସ୍ଥିତି ପରଖି ଥିଲେ ।

ଏହାପରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ମିଶି ଆଲୋଚନା କରିଥିଲେ। ମନ୍ତ୍ରୀ ଶ୍ରୀବୈଷ୍ଣବ ମାଲକାନଗିରି ଜିଲ୍ଲାର ଉନ୍ନତି ପାଇଁ ରେଳ ଓ ଏୟାରପୋର୍ଟ କାମକୁ ତୁରନ୍ତ ତ୍ବରାନ୍ବିତ କରିବାକୁ କହିଥିଲେ। ଉଦଘାଟନ ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଆଗମିଦିନରେ ଡାକଘରେ ଅଧିକ ୨୨ପ୍ରକାର ସୁବିଧା ଉପଲବ୍ଧ ହେବ । ରାଜ୍ୟର ବିଭିନ୍ନ ଗ୍ରାମକୁ ୪ଜି ନେଟୱର୍କ ସଂଯୋଗ ସହ ସବୁ ଗାଁରେ ବ୍ୟାଙ୍କ ସୁବିଧା ଉପଲବ୍ଧ ହେଇପାରିବ ।

ଆଗମିଦିନରେ ରେଳ ଲାଇନ ସଂଯୋଗ ପରେ ଗ୍ରାମବାସୀ ବହୁତ ସୁବିଧା ପାଇବା ସହ କୃଷି ଜାତ ଦ୍ରବ୍ୟ ବିକ୍ରୟ ପାଇଁ କମ ଭଡା ଓ କମ ସମୟରେ ଯାତ୍ରା କରିପାରିବେ । ଅନ୍ୟ କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗ୍ରାମ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଅନୁଦାନରେ ବିଭିନ୍ନ ଉନ୍ନୟନ କାର୍ୟ୍ୟର ସମୀକ୍ଷା କରି ଉକ୍ତ କାର୍ଯ୍ୟକ୍ରମରେ ରେଳ ଓ ଡାକ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

Get real time updates directly on you device, subscribe now.