ସମଗ୍ର ବିଶ୍ୱରେ ଦ୍ରୁତତମ ବିକାଶଶୀଳ ଦେଶ ହେଉଛି ଭାରତ । ଆଉ ଏହି ବିକାଶଧାରାକୁ ବଳ ଦେବାକୁ ଯାଇ ଭାରତରେ ଭିତ୍ତିଭୂମି ବିନିଯୋଗରେ ବୃଦ୍ଧି ଏବଂ ଉତ୍ପାଦନ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ସହିତ ନୂତନ ଶିଳ୍ପ ନିର୍ମାଣ ତ ଜାରି ରହିବ । ଟେକ୍ନୋଲୋଜିର ଅଗ୍ରଗତି ସହିତ ଉଦୀୟମାନ ହେଉଥିବା ଅନେକ ବିଶେଷତା ସହିତ ଅଧ୍ୟୟନ ପାଇଁ ନୂତନ ଶିଳ୍ପ ଯୁଗ ଇଞ୍ଜିନିୟରିଂକୁ ଏକ ବିବିଧ କ୍ଷେତ୍ର କରିପାରିଛି ।
ତେବେ ନୂତନ ଭାରତରେ ଏହି ନିର୍ମାଣ ପ୍ରକ୍ରିୟାର ମୁଖ୍ୟ ନାୟକ ତଥା ବିଶ୍ୱକର୍ମା ହେଉଛନ୍ତି ଯନ୍ତ୍ରୀ(ଇଞ୍ଜିନିୟର) । ନୂତନ ଭାରତର ନିର୍ମାଣରେ ଇଞ୍ଜିନିୟରଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଏଥି ପାଇଁ ଭାରତରେ ଅଧିକରୁ ଅଧିକ ଦକ୍ଷ ଇଞ୍ଜିନିୟର ଆବଶ୍ୟକ ରହିଛନ୍ତି । ଏଭଳି ସ୍ଥିତିରେ ଭାରତରେ ବର୍ତ୍ତମାନ ଇଞ୍ଜିନିୟର କ୍ଷେତ୍ରରେ କ୍ୟାରିୟର ଗଢ଼ିବା ଲାଗି ନାହିଁ ନଥିବା ଚାହିଦା ରହିଛି ।
୨୦୨୧ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତରେ ବିଶ୍ୱର ସର୍ବାଧିକ ଇଞ୍ଜିନିୟରିଂ ଶିକ୍ଷାପ୍ରତିଷ୍ଠାନ ରହିଛି ଏବଂ ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ଛାତଛାତ୍ରୀ ଇଞ୍ଜିନିୟର ଭାବରେ ଶିକ୍ଷା ପ୍ରାପ୍ତ କରନ୍ତି । ଇଣ୍ଡିଆନ ଏକ୍ସପ୍ରେସ୍ ପ୍ରକାଶ କରିଥିବା ଏକ ରିପୋର୍ଟ ମୁତାବକ ଭାରତରେ ପ୍ରତିବର୍ଷ ପ୍ରାୟ ଜେଇଇ ମେନ୍, ଜେଇଇ ଅଡଭାନ୍ସ, ଏନଇଇଟି, ସିଏଟି ଇତ୍ୟାଦି ପାଇଁ ୨.୫ ମିଲିୟନ(୨୫ ଲକ୍ଷ) ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥାନ୍ତି ।
ଭାରତରେ ମୁଖ୍ୟତଃ ପାଞ୍ଚୋଟି ଶ୍ରେଣୀରେ ବିଦ୍ୟାର୍ଥୀମାନେ ଇଞ୍ଜିନିୟରିଂରେ ଭବିଷ୍ୟତ ଗଢ଼ିବାକୁ ଇଚ୍ଛା କରନ୍ତି । ସେଗୁଡ଼ିକ ହେଉଛି କମ୍ପ୍ୟୁଟର ସାଇନ୍ସ, ଏରୋନଟିକାଲ ସାଇନ୍ସ, ମେକାନିକାଲ ସାଇନ୍ସ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରିକ୍ସ ସାଇନ୍ସ ଏବଂ ବାୟୋଟେକ ସାଇନ୍ସ । ଏହାବାଦ୍ ବର୍ତ୍ତମାନ ଭାରତରେ ଇଣ୍ଟରନେଟ ସୁବିଧା ବଢିବା ସହିତ ସବୁକିଛି ଅନଲାଇନ୍ ହୋଇଗଲାଣି ।
ଏଥି ପାଇଁ ଇଣ୍ଟରନେଟରେ ବିଭିନ୍ନ ସେବା ଆଦିକୁ ସରଳ କରିବା ସୁରକ୍ଷିତ କରିବା ପ୍ରତି କମ୍ପାନୀ ଗୁଡ଼ିକ ଦକ୍ଷ କମ୍ପ୍ୟୁଟର ଇଞ୍ଜିନିୟର ମାନଙ୍କୁ ନିଯୁକ୍ତ କରୁଛନ୍ତି । ଏହି କ୍ଷେତ୍ରରେ ଭବିଷ୍ୟତ ଗଢ଼ିବା ପାଇଁ ଡାଟା ସାଇନ୍ସ, ମେକାନିକାଲ ଲର୍ନିଂ, ଆର୍ଟିଫିସିଆଲ ଲର୍ନିଂ, ସାଇବର ସିକ୍ୟୁରିଟି, ଗେମିଂ, ଗ୍ରାଫିକ୍ସ ଟେକନିଲୋଜୀ ଆଦି କ୍ଷେତ୍ରରେ ମଧ୍ୟ ଆଜି ଭାରତେର ଚାହିଦା ଢେର ବଢିଗଲାଣି ।
ଏହି ପ୍ରମୁଖ କ୍ଷେତ୍ରରେ କୋର୍ସ କରିଥିବା ବିଦ୍ୟାର୍ଥୀମାନେ ସରକାରୀ କ୍ଷେତ୍ର ଯଥା- ଭାରତୀୟ ରେଳବାଇ, ସେଲ୍, ମେଟ୍ରୋ ପ୍ରୋଜେକ୍ଟ, ଏବଂ ଘରୋଇ ସଂସ୍ଥା ଯେପରି ଟାଟା ମୋଟର୍ସ, ବାଜାଜ, ହୋଣ୍ଡା, ଇସ୍ରୋ, କୋଲ ଇଣ୍ଡିଆ, ନାଭି, ଫୋର୍ଡ ଆଦି କମ୍ପାନୀରେ ଆକର୍ଷଣିୟ ଦରମା ସହିତ ନିଯୁକ୍ତି ପାଇ ପାଇପାରିବେ ।