fbpx

ଗ୍ରାହକଙ୍କୁ ସଚେତନ କରାଇଲା SBI: ଏହି ନମ୍ବରରୁ କଲ ଆସିଲେ ନ ଉଠାଇବାକୁ ବ୍ୟାଙ୍କର ପରାମର୍ଶ

ନୂଆଦିଲ୍ଳୀ: ଦୁଇଟି ନମ୍ବରରୁ ନିଜକୁ ଦୂରେଇ ରକିବା ପାଇଁ ଗ୍ରାହକମାନଙ୍କୁ ସତର୍କ କରିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ଏହି ଦୁଇଟି ନମ୍ବରରୁ କଲ ଆସିଲେ ଏହାକୁ ରିସିଭ ନ କରିବାକୁ କୁହାଯାଇଛି । ନଚେତ ଗ୍ରାହକମାନେ ବିପଦରେ ପଡିପାରନ୍ତି ବୋଲି ସୂଚାଇ ଦେଇଛି ଏସବିଆଇ । ଏ ନେଇ ବିଭିନ୍ନ ମାଧ୍ୟମରେ ଗ୍ରାହକମାନଙ୍କୁ SBI ସତର୍କ ସୂଚନା ଦେଇଛି ।
ସୂଚନା ଅନୁସାରେ ବ୍ୟାଙ୍କ ନାଁରେ ଗ୍ରାହକମାନଙ୍କୁ ଠକିବା ସହ ଲୁଟ ହେଉଥିବା ଜାଣିବାକୁ ମିଳିଛି । ତେବେ ଏହି ମାମଲାରେ ଦୁଇଟି ମୋବାଇଲ ନମ୍ବର ସମ୍ପୃକ୍ତ ଥିବା SBI ତରଫରୁ ସୂଚାଇ ଦିଆଯାଇଛି । ତେଣୁ ଏହି ଦୁଇ ନମ୍ବରରୁ କଲ ଆସିଲେ ଏହାକୁ ରିସିଭ ନକରିବାକୁ ପରାମର୍ଶ ଦେଇଛି SBI । ଏହି ଦୁଇ ନମ୍ବର ହେଉଛି +୯୧- ୮୨୯୪୭୧୦୯୪୬ ଏବଂ ୭୩୬୨୯୫୧୯୭୩ । ଏହି ଦୁଇ ନମ୍ବରକୁ ସ୍କାମରସ ବୋଲି ଘୋଷଣା କରାଯାଇଛି ।

ସର୍ବପ୍ରଥମେ ଏହି ଘଟଣାକୁ ସାମନାକୁ ଆଣିତିଲା ଆସାମ ସିଆଇଡି । ଏସବିଆଇ ଗ୍ରାହକମାନଙ୍କୁ ୨ଟି ନମ୍ବରରୁ କଲ ଆସିବା ସହିତ ସେମାନଙ୍କୁ କେୱାଇସି ଅପଡେଟ କରିବା ପାଇଁ ଫିସିଙ୍ଗ ଲିଙ୍କରେ କ୍ଲିକ କରିବାକୁ କୁହାଯାଇଥାଏ । ତେବେ ସମସ୍ତ ଗ୍ରାହକମାନଙ୍କୁ ଏହି ସବୁ କାମ କରିବାକୁ ବାରଣ କରିଛି ଏସବିଆଇ । କେବଳ କଲ ନୁହେଁ, ମେସେଜ କିମ୍ବା ଇ-ମେଲ ମାଧ୍ୟମରେ ମଧ୍ୟ ଯଦି ଏପରି ଲିଙ୍କ ଆସେ ଏହାଠୁ ଦୂରେଇ ରହିବା ପାଇଁ ନିବେଦନ କରିଛି ବ୍ୟାଙ୍କ । ତରଫରୁ ଗ୍ରାହକମାନଙ୍କୁ ଏପରି କୌଣସି ମେସେଜ କିମ୍ବା ଇମେଲ ଦିଆଯାଇନଥାଏ, କିମ୍ବା ବ୍ୟାଙ୍କ କୌଣସି ଓଟିପି ମାଗି ନଥାଏ ।

Get real time updates directly on you device, subscribe now.