fbpx

କରୋନା କାରଣରୁ ଘରକୁ ଫେରିଲା ଶ୍ରମିକ: ରାତାରାତି ହେଲା କୋଟିପତି, ଜାଣନ୍ତୁ କିପରି?

ସମଗ୍ର ବିଶ୍ୱରେ କରୋନ ଭାଇରସ୍ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଫଳରେ ଲୋକମାନେ ନିଜକୁ ଘରେ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ବାହାରେ ଥିବା ଲୋକେ ନିଜ ଦେଶ ଓ ଗାଁକୁ ଆସିବାକୁ ଚେଷ୍ଟା କରୁଛନ୍ତି । ସେହିପରି କେରଳର ଜଣେ ଯୁବକ ଶ୍ରମିକର କାମ ଛାଡି ଘରକୁ ଫେରିଥିଲେ, କିନ୍ତୁ ଏହାରି ମଧ୍ୟରେ ତାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ରୂପେ ବଦଳିଗଲା ।

ତେବେ ଦିନକୁ ୧୦୦୦ରୁ ୧୫୦୦ ଟଙ୍କା ରୋଜଗାର କରୁଥିବା ଦିନ ମଜୁରିଆଙ୍କ ହଠାତ୍ ଜୀବନ ବଦଳିଗଲା । କରୋନା ଭାଇରସରୁ ବଞ୍ଚିବା ପାଇଁ ଯୁବକ ଜଣକ କେରଳରୁ ନିଜ ଗାଁରେ ପହଞ୍ଚିଥିଲେ । ଗାଁରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଲେ କି ତାଙ୍କର ଲଟେରୀ ଲାଗିଛି । ପ୍ରଥମେ ସେ ବିଶ୍ୱାସ କରିନଥିଲେ ବି ପରେ ସବୁକଥା ଜାଣିଲା ପରେ ଯୁବକଙ୍କ ଖୁସି କହିଲେ ନସରେ । ଏହିପରି ଭାବେ ଯୁବକ ଜଣକ ଦିନ ମଜୁରିଆରୁ କୋଟିପତି ହୋଇଗଲେ ।

କରୋନା ସଙ୍କଟ ମଧ୍ୟରେ ଇଜାରୁଲ ଶେଖ ନିଜ ଘରକୁ ଫେରିବା ପରେ ଜୀବିକା ନିର୍ବାହ କରିବା କଷ୍ଟ ହୋଇପଡିଲା । ଏହି ସମୟରେ ନିଜ ଭାଗ୍ୟ ପରିକ୍ଷା ପାଇଁ ସେ ଏକ ଲଟେରୀ ଟିକଟ୍ କିଣିଥିଲେ, ଯାହା ତାଙ୍କ ଜୀବନକୁ ବଦଳାଇ ଦେଲା ।

Get real time updates directly on you device, subscribe now.