fbpx

DSP ସ୍ତରରେ ଅଦଳବଦଳ, ବିଦ୍ୟୁତ ଚରଣ ପଣ୍ଡା ହେଲେ ନୟାଗଡ଼ ଅତିରିକ୍ତ SP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସର ଡିଏସପି ସ୍ତରରେ ଅଦଳବଦଳ କରାଯାଇଛି । ଇନ୍ସପେକ୍ଟର ପାହ୍ୟାରୁ ଡିଏସପି ପାହ୍ୟାକୁ ଓ ଡିଏସପି ପାହ୍ୟାରୁ ଅତିରିକ୍ତ ଏସପି ପାହ୍ୟାକୁ ରାଜ୍ୟର କିଛି ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଛି । ଅନୁଗୁଳ ଏସଡିପିଓ ଭବାନୀ ଶଙ୍କର ଉଦଗାତାଙ୍କୁ ଆଇୟୁସିଏଡବ୍ଲ୍ୟୁ ଢେଙ୍କାନାଳର ଅତିରିକ୍ତ ଏସପି ଭାବେ ପଦୋନ୍ନତି ଦିଆଯାଇଛି ।

ସେହିପରି ଡିଏସପି ବିଦ୍ୟୁତ ଚରଣ ପଣ୍ଡାଙ୍କୁ ନୟାଗଡ଼ ଅତିରିକ୍ତ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଡିଏସପି କୃଷ୍ଣପ୍ରସାଦ ପଟ୍ଟନାୟକଙ୍କୁ କଟକର ଅତିରିକ୍ତ ଏସପି ଭାବେ ନିଯୁକ୍ତି ମିଳିଛି । ଇନ୍ସପେକ୍ଟର ଉତ୍ତରମ କୁମାର ମହାନ୍ତିଙ୍କୁ ସ୍ପେଶାଲ ବ୍ରାଞ୍ଚର ଡିଏସପି ଭାବେ ଟ୍ରାନ୍ସଫର କରାଯାଇଛି । ଇନ୍ସପେକ୍ଟର ବିଚିତ୍ରାନନ୍ଦ ସେଠୀଙ୍କୁ କନ୍ଧମାଳ ମୁଖ୍ୟାଳୟର ଡିଏସପି ଭାବେ ଟ୍ରାନ୍ସଫର କରାଯାଇଛି ।

ଅତିରିକ୍ତ ଏସପି ଦିଲ୍ଲୀପକୁ କୁମାର ତ୍ରିପାଠୀଙ୍କୁ ଭୁବନେଶ୍ୱର ଇଓଡବ୍ଲ୍ୟୁର ଅତିରିକ୍ତ ଏସପି ଭାବେ ଟ୍ରାନ୍ସଫର କରାଯାଇଛି । ଡିଏସପି ବିଳାସିନୀ ନାୟକଙ୍କୁ ଏସଟିଏଫ ଭୁବନେଶ୍ୱରର ଅତିରକ୍ତ ଏସପି ଭାବେ ଟ୍ରାନ୍ସଫର କରାଯାଇଛି । ସୁନ୍ଦରଗଡ଼ ଡିଆଇବିର ଡିଏସପି ସଂଗ୍ରାମ କେଶରୀ ବିଶ୍ୱାଳଙ୍କୁ ସଏଚଆରସିର ଡିଏସପି ଭାବେ ଟ୍ରାନ୍ସଫର କରାଯାଇଛି ।

ଡିଏସପି ନିରଞ୍ଜନ ବେହେରାଙ୍କୁ କୋରାପୁଟରୁ ଭୁବନେଶ୍ୱର ସିଏଡବ୍ଲ୍ୟୁକୁ ଟ୍ରାନ୍ସଫର କରାଯାଇଛି । ଡିଏସପି ଅଭିଜିତ ମୁଖାର୍ଜୀଙ୍କୁ ସ୍ପେଶାଲ ବ୍ରାଞ୍ଚରୁ ରାଜ୍ୟ ପୋଲିସ ମୁଖ୍ୟାଳୟ, ଡିଏସପି ରବିନାରାୟଣ ପାଢ଼ୀଙ୍କୁ ଖୋର୍ଦ୍ଧାରୁ ଭୁବନେଶ୍ୱର ସିଏଡବ୍ଲ୍ୟକୁ ଟ୍ରାନ୍ସଫର କରାଯାଇଛି । ଇନ୍ସପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ ଡିଏସପି ରାଙ୍କରୁ ଏସିପି କମିଶନରେଟ ପୋଲିସକୁ ଟ୍ରାନ୍ସଫର କରାଯାଇଛି । ପୁରୀ ଡିଏସପି ଦେବୀ ପ୍ରସାଦ ପାତ୍ରଙ୍କୁ କଟକ ପୋଲିସ ମୁଖ୍ୟାଳୟର ଡିଏସପି ଭାବେ ବଦଳି କରାଯାଇଛି ।

Get real time updates directly on you device, subscribe now.