fbpx

୨୪ ଘଣ୍ଟା ଏସି, କୁଲର ଓ ଫ୍ୟାନ୍ ଚଳାଇଲେ ବି ବିଦ୍ୟୁତ୍ ବିଲ୍ ଆସିବ ଅଧା! ଆପଣାନ୍ତୁ ଏହି ଟ୍ରିକ୍

ନୂଆଦିଲ୍ଲୀ: ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବଢ଼ୁଛି ତାପମାତ୍ରା । ତାତିରୁ ରକ୍ଷା ପାଇବା ପାଇଁ ଘରେ ଏସି, କୁଲର ଓ ଫ୍ୟାନ୍ ଅନ୍ ରହୁଛି । ଏହି ଉପକରଣ ସାହାଯ୍ୟରେ ଗରମରୁ ଆରାମ ମିଳୁଛି, କିନ୍ତୁ ବିଦ୍ୟୁତ୍ ବିଲ୍ ପକେଟ୍ ଉପରେ ଭାରୀ ପଡୁଛି । ଏପରି ପରିସ୍ଥିତିରେ ବିଦ୍ୟୁତ ବିଲ୍ କମ୍ କରିବାକୁ କିଛି ଉପାୟ ଆପଣାନ୍ତୁ, ଯାହାକୁ କାମରେ ଲଗାଇ ଆପଣ କିଛି ଆରାମ ପାଇପାରିବେ । ଏହି ଉପାୟ ଯୋଗୁଁ ଗରମରୁ ରକ୍ଷା ପାଇବା ସହ ବିଦ୍ୟୁତ ବିଲ୍ ନିୟନ୍ତ୍ରଣ କରାଯାଇପାରିବ । ଆସନ୍ତୁ ଜାଣିବା କ’ଣ…

ଫ୍ୟାନରେ କେବଳ ଇଲେକ୍ଟ୍ରୋନିକ୍ ରେଗୁଲେଟର ବ୍ୟବହାର କରନ୍ତୁ :-
ଗରମ ସମୟରେ ସର୍ବାଧିକ ଫ୍ୟାନ୍ ଚାଲିଥାଏ । ଏପରି ପରିସ୍ଥିତିରେ ସମୟ ସମୟରେ ଫ୍ୟାନଗୁଡିକର ସର୍ଭିସିଂ କରିବା ଉଚିତ୍ । ଫ୍ୟାନରେ ଇଲେକ୍ଟ୍ରୋନିକ୍ ରେଗୁଲେଟର ବ୍ୟବହାର କରନ୍ତୁ । ଯଦି କଣ୍ଡେନ୍ସର ଏବଂ ବଲ୍ ବିୟରିଂ ନଷ୍ଟ ହେଉଛି, ତେବେ ଏହାକୁ ତୁରନ୍ତ ବଦଳାନ୍ତୁ ।

କୁଲରର ପଙ୍ଖା ଓ ପମ୍ପର ଅଏଲ-ଗ୍ରୀସ୍ କରନ୍ତୁ:-
ଭାରତରେ ଅଧିକାଂଶ ଘରେ କୁଲର ବ୍ୟବହୃତ ହୋଇଥାଏ । କୁଲରର ପଙ୍ଖା ଓ ପମ୍ପରେ ତେଲ ଲଗାଇବା ଆବଶ୍ୟକ । ଅତ୍ୟଧିକ ଚାଲିବା ହେତୁ ପମ୍ପ ଅଧିକ ବିଦ୍ୟୁତ୍ ଟାଣିଥାଏ, ତେଣୁ ସମୟ ସମୟରେ ତେଲ ଲଗାନ୍ତୁ । କୁଲର ପଙ୍ଖାର କଣ୍ଡେନ୍ସର ଏବଂ ରେଗୁଲେଟର ଯାଞ୍ଚ କରନ୍ତୁ । ଇଲେକ୍ଟ୍ରୋନିକ୍ ରେଗୁଲେଟର ଦ୍ୱାରା ବି ବିଦ୍ୟୁତ୍ ବିଲ୍ କମ୍ ହୋଇଥାଏ ।

୨୪ ରୁ ୨୬ ଡିଗ୍ରୀ ମଧ୍ୟରେ ଏସି ସେଟ୍ କରନ୍ତୁ :-
ଘଣ୍ଟା-ଘଣ୍ଟା ଧରି ଏସି ଚଳାଇବା ଦ୍ୱାରା ଅଧିକ ବିଦ୍ୟୁତ୍ ଖର୍ଚ୍ଚ ହୋଇଥାଏ । ଏସି ଚଲାଇବା ସହିତ ଫ୍ୟାନ୍ ବି ଅନ୍ ରଖନ୍ତୁ । ଏସିର ତାପମାତ୍ରାକୁ ୨୪ ରୁ ୨୬ ଡିଗ୍ରୀ ମଧ୍ୟରେ ସେଟ୍ କରନ୍ତୁ । ପ୍ରତି ୧୦ ରୁ ୧୫ ଦିନରେ ଏୟାର ଫିଲ୍ଟରକୁ ଭଲ ଭାବରେ ଧୋଇ ସଫା କରନ୍ତୁ । ଫିଲ୍ଟରରେ ଧୂଳିର ଜମା ସଂପୂର୍ଣ୍ଣ ଥଣ୍ଡା ପ୍ରଦାନ କରେ ନାହିଁ ଏବଂ ଏସିକୁ ଅଧିକ ସମୟ ପର୍ଯ୍ୟନ୍ତ ଚଲାଇବାକୁୁ ପଡେ । ଯେତେବେଳେ ଏସି ଅନ୍ କରୁଛନ୍ତି, ସେତେବେକେ କବାଟ- ଝରକା ବନ୍ଦ ରଖନ୍ତୁ । ନଚେତ୍ ଏସି ପବନ ବାହାରକୁ ଅଧିକ ଯିବ ଓ ରୁମ୍ ଥଣ୍ଡା ହେବନି ।

Get real time updates directly on you device, subscribe now.