fbpx

ଏମିତି କ’ଣ ଘଟିଲା ଯେ ମହିଳା ଜଣଙ୍କ ବିଲେଇକୁ ମ୍ୟାରେଜ୍ କରିବାକୁ ବାଧ୍ୟ ହେଲେ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଅଧିକାଂଶ ଲୋକଙ୍କର ଗୃହପାଳିତ ପଶୁ, ପକ୍ଷୀଙ୍କ ପ୍ରତି ବହୁତ ଭଲ ପାଇବା ରହିଥାଏ । ତେବେ ଗୃହପାଳିତ ପଶୁ, ପକ୍ଷୀଙ୍କୁ ବିବାହ କରିବା ଘଟଣା ବୋଧହୁଏ ଆପଣମାନେ କେବେ ଶୁଣିନଥିବେ । ନିକଟରେ ଲଣ୍ଡନର ଜଣେ ୪୯ ବର୍ଷୀୟା ମହିଳା ଡେବୋରା ହଜ୍ ନିଜର ପେଟ କ୍ୟାଟ ମୋଗିକୁ ବିବାହ କରିଛନ୍ତି । ଡେବୋରା ବିବାହ କରିଥିବା ବିଲେଇଟିର ବୟସ ମାତ୍ର ୫ ବର୍ଷ ହୋଇଥିବା ବେଳେ ଦକ୍ଷିଣ-ପୂର୍ବ ଲଣ୍ଡନର ଏକ ପାର୍କରେ ଦୁହିଁଙ୍କର ଦେଖା ସାକ୍ଷାତ ହୋଇଥିଲା ।

ଲଣ୍ଡନର ସିଡକୁପର ନିବାସୀ ଉକ୍ତ ମହିଳା ଜଣଙ୍କ ମ୍ୟାରେଜ ପାର୍ଟିରେ ଏକ ଟକ୍ସିଡୋ ପିନ୍ଧିଥିବା ବେଳେ ପ୍ରିୟ ମୋଗି ଏକ ଟାଏ ସହ କ୍ୟାପ ପରିଧାନ କରିଥିଲା । ପଶୁ ପ୍ରେମୀମାନେ ଏହି ବିବାହ ଉତ୍ସବରେ ଯୋଗଦେବା ସହ ଦମ୍ପତିଙ୍କର ଖୁସି ମନାସିଥିଲେ । ତେବେ ଗୋଟିଏ ବିଲେଇକୁ ବିବାହ କରିଥିବାରୁ ଡେବୋରା ପାଗଳ ହୋଇଯାଇଛନ୍ତି ବୋଲି ତାଙ୍କର କିଛି ବନ୍ଧୁ କହିଥିବା ଦେଖିବାକୁ ମିଳିଥିଲା ।

ଏନେଇ ଡେବୋରା କହିଛନ୍ତି ଯେ, ମୋ ପାଖରେ ଖାଇବାକୁ କିଛି ନ ଥିଲା, ମାତ୍ର ପାଇବାକୁ ବହୁତ କିଛି ଥିଲା, ତେଣୁ ମୁଁ ବିଲ୍ଲୀ ସହିତ ବିବାହ କରିନେଇଥିଲି । ମୋତେ ବିଲ୍ଲୀ ବହୁତ ପସନ୍ଦ, ତେଣୁ ତା’ଠାରୁ ମୁଁ ଅଲଗା ହେବାକୁ ଚାହୁଁ ନଥିଲି । ମୋଗିକୁ ଛାଡ଼ି ମୁଁ ଗୋଟିଏ ମୁହୂର୍ତ୍ତ ବି ରହି ପାରିବି ନାହିଁ । ବିଲ୍ଲୀକୁ ବିବାହ କରିବା ନେଇ ବହୁ ପୂର୍ବରୁ ମୋର ଅଭିଳାଷ ସ୍ପଷ୍ଟ ରହିଥିଲା । ମୋର ସନ୍ତାନମାନଙ୍କ ପରେ ମୋଗି ମୋ ଜୀବନର ସବୁଠାରୁ ଅଧିକ ଜରୁରୀ । ମୋର ଘର ମାଲିକ ମୋର ଦୁଇଟି ଗୃହପାଳିତ ପଶୁଙ୍କୁ ଘରୁ ବାହାର କରିଦେଇଥିଲେ । ପରେ ମୋଗି ସହିତ ବିବାହ କରିବା ପରେ ଘର ମାଲିକଙ୍କର ଜୁଲମ୍ ଆଉ ଚାଲି ପାରିନଥିଲା ।

Get real time updates directly on you device, subscribe now.